କେମିତି ହେଉଛନ୍ତି ଏମାନେ କୋଟିପତି? ବଲାଙ୍ଗୀର ଅଗଲପୁର ବ୍ଲକର ମୁଖ୍ୟ କିରାଣୀଙ୍କ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ

ବଲାଙ୍ଗିର(କେନ୍ୟୁଜ୍):  କୋଟିପତି କିରାଣୀ । ବଲାଙ୍ଗୀର ଜିଲ୍ଲା ଅଗଲପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଫୁଲ୍ଲ କୁମାର ସାଙ୍କ ଏକ କୋଟି ୩୨ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍‌ସ ଗାନ୍ଧୀନଗର ପଡାରେ ଥିବା ପ୍ରଫୁଲ୍ଲଙ୍କର ଦୁଇ ମହଲା ଘର ଓ ବଲାଙ୍ଗିର ହାଟପଦାପଡାରେ ଦୁଇ ମହଲା ଘରେ ଚଢାଉ କରାଯାଇଛି ।

vigilance raid 2

ସେହିପରି ଆଗଲପୁର ବିଡିଓ ଅଫିସରେ ମଧ୍ୟ ରେଡ ହୋଇଛି । ତାଙ୍କର ଦୁଇଟି ଦ୍ୱିମହଲା କୋଠା, ବଲାଙ୍ଗୀର ସହରରେ ୪ଟି ପ୍ଲଟ, ୨ଟି ବାଇକ ଥିବା ଚଢ଼ାଉରୁ ଜଣାପଡ଼ିଛି । ସେହିପରି ୩ ଲକ୍ଷ ୧୯ ହଜାର ଟଙ୍କା ବୀମା ଡିପୋଜିଟ, ବ୍ୟାଙ୍କ ଜମା ଓ ବହୁ ସୁନାଗହଣା ରହିଛି । ପ୍ରଫୁଲ୍ଲଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସଂପତ୍ତି ମୂଲ୍ୟ ୩ କୋଟି ୧୯ ଲକ୍ଷ ଟଙ୍କା ବୋଲି ଭିଜିଲାନ୍‌ସ ଆକଳନରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.