Below header

ଭିଜିଲାନ୍ସ ଜାଲରେ କୁବେର ଉପଜିଲ୍ଲାପାଳ, ରେଡ଼ ପରେ କାର୍ଯ୍ୟାଳୟ ସାମ୍ନାରେ ମିଠା ବାଣ୍ଟି ଖୁସି ମନାଇଲେ ଯୁବ ଗୋଷ୍ଠୀ

ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଭିଜିଲାନ୍ସ ରେଡ଼ ପରେ ତାଙ୍କ କାର୍ଯ୍ୟାଳୟ ସାମ୍ନାରେ ବାଣ ଫୁଟେଇ ମିଠା ବାଣ୍ଟିଲେ ସହରର ଯୁବ ଗୋଷ୍ଠୀ। ଶୁକ୍ରବାର ଦିନ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭିଜିଲାନ୍ସ ଚଢ଼ାଉରେ ପ୍ରାୟ ୩ କୋଟିରୁ ଅଧିକ ନଗଦ ଟଙ୍କା ଭିଜିଲାନ୍ସ ହାତରେ ଧରାପଡିଛି। ଏହି ଘଟଣାକୁ ନେଇ ନବରଙ୍ଗପୁର ସହରର ଏକ ଯୁବ ଗୋଷ୍ଠୀ ଖୁସି ମନେଇଛନ୍ତି।

ନବରଙ୍ଗପୁର (କେନ୍ୟୁଜ): ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଭିଜିଲାନ୍ସ ରେଡ଼ ପରେ ତାଙ୍କ କାର୍ଯ୍ୟାଳୟ ସାମ୍ନାରେ ବାଣ ଫୁଟେଇ ମିଠା ବାଣ୍ଟିଲେ ସହରର ଯୁବ ଗୋଷ୍ଠୀ। ଶୁକ୍ରବାର ଦିନ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭିଜିଲାନ୍ସ ଚଢ଼ାଉରେ ପ୍ରାୟ ୩ କୋଟିରୁ ଅଧିକ ନଗଦ ଟଙ୍କା ଭିଜିଲାନ୍ସ ହାତରେ ଧରାପଡିଛି। ଏହି ଘଟଣାକୁ ନେଇ ନବରଙ୍ଗପୁର ସହରର ଏକ ଯୁବ ଗୋଷ୍ଠୀ ଖୁସି ମନେଇଛନ୍ତି। ଉପଜିଲ୍ଲାପାଳଙ୍କ ବିରୁଦ୍ଧରେ ଥିବା ଜନ ଅସନ୍ତୋଷକୁ ଏକ ଭିନ୍ନ ରୂପରେ ପ୍ରଦର୍ଶନ କରିଛନ୍ତି ଯୁବକ ମାନେ। ସମସ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଠା ବାଣ୍ଟି ବାଣ ଫୁଟେଇ ପ୍ରଶାନ୍ତ ରାଉତଙ୍କ କବଳରୁ ଆମ ଜିଲ୍ଲା ମୁକ୍ତି ପାଇଗଲା ବୋଲି ପ୍ରକାଶ କରିଛନ୍ତି।

ସେପଟେ ପ୍ରଶାନ୍ତ ରାଉତଙ୍କ ପୁଳା ପୁଳା ଟଙ୍କା ଦେଖି ଭିଜିଲାନ୍ସ ତାଜୁବ। ଅତିରିକ୍ତ ଉପଜିଲ୍ଲାପାଳଙ୍କ ଅଚଳାଚଳ ସଂପତ୍ତି। ଯେତେ ଖୋଜିଲେ ସେତେ ବାହାରୁଛି। ଟଙ୍କା ଗଣିଗଣି ହାଲିଆ ହେବା ପରେ ମେସିନରେ ହେଲା ଟଙ୍କା ଗଣା। ଉପଜିଲ୍ଲାପାଳଙ୍କ ଘରେ ଓ ଅଫିସ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢଉ କରିଛି ଭିଜିଲାନ୍‌ସ। ଟଙ୍କା ସହ ଜବତ ହୋଇଛି ସୁନା ଅଳଙ୍କାର ଓ ସୁନା ବିସ୍କୁଟ। ଭୁବନେଶ୍ୱର କାନନବିହାରରେ ପ୍ରଶାନ୍ତ କୁମାର ରାଉତଙ୍କ ରହିଛି ଦୁଇ ମହଲା କୋଠା। ସେଠାରୁ ୬ପେଟି ଟଙ୍କା ଜବତ ହୋଇଛି। ସବୁ ପେଟିରେ ଥିଲା କେବଳ ୫ଶହ ଟଙ୍କିଆ ବଣ୍ଡଲ। ଏହା ସହ କେତେକ ସୁନା ବିସ୍କୁଟ ବି ଜବତ ହୋଇଛି। ଭିଜିଲାନ୍ସ ଚଢଉ ବେଳେ ଘରେ ଥିବା ୬ଟି ଟଙ୍କା ପେଟି ଓ ବ୍ରିଫକେସ୍‌କୁ ପଡ଼ୋଶୀଙ୍କ ଛାତକୁ ଫିଙ୍ଗି ଦେଇଥିଲେ ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅ। ଏହାକୁ ଜବତ କରିଛି ଭିଜିଲାନ୍ସ ଟିମ୍‌। ପେଟିରୁ ନଗଦ ୨ କୋଟି ୨୫ ଲକ୍ଷ ଟଙ୍କା ଜବତ ହୋଇଛି। ସେହିପରି ନବରଙ୍ଗପୁର ଡିଆରଡିଏ କଲୋନୀରେ ଥିବା ସରକାରୀ ବାସଭବନରୁ ଜବତ ହୋଇଥିଲା ନଗଦ ୭୭ ଲକ୍ଷ ଟଙ୍କା। ତାଲା ଭାଙ୍ଗି ଭିଜିଲାନ୍ସ ଅଧିକାରୀ ଘରେ ପଶିବା ପରେ ପେଟିରୁ ୫ ଶହ ଟଙ୍କିଆ ନୋଟ୍‌ ବିଡ଼ା ମିଳିଛି। ପରେ ଘର ଆଲ୍‌ମିରାରୁ ଜବତ ହୋଇଛି ଆଉ ସାଢେ ୧୨ଲକ୍ଷ ଟଙ୍କା। ଭଦ୍ରକ ବହୁଦରଡ଼ାରେ ଥିବା ପୈତୃକ ଘରେ ବି ଚାଲିଛି ଚଢଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.