କାଳିଆ ପାଇଁ କୁନି ରଥ: ଛୋଟ ଛୋଟ ତୁଳସୀ କାଠିରେ ୨.୧ ସେମିର ନନ୍ଦିଘୋଷ ରଥ ତିଆରି କରି ଚର୍ଚ୍ଚାରେ ସ୍ମୃତି ରଞ୍ଜନ

ଚର୍ଚ୍ଚାରେ କଟକର ପୁଅ ସ୍ମୃତି ରଞ୍ଜନ । ମହାପ୍ରଭୁଙ୍କ ରଥଯାତ୍ରା ଉପଲକ୍ଷେ ଛୋଟ ଛୋଟ ତୁଳସୀ କାଠିରେ ୨.୧ ସେ.ମିର ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତିଆରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ରଥ ତିଆରି କରିବା ପାଇଁ ସ୍ମୃତିଙ୍କୁ ପାଖା ପାଖି ୨୨ ଘଣ୍ଟା ସମୟ ଲାଗିଛି ।

କଟକ (କେନ୍ୟୁଜ): ଚର୍ଚ୍ଚାରେ କଟକର ପୁଅ ସ୍ମୃତି ରଞ୍ଜନ । ମହାପ୍ରଭୁଙ୍କ ରଥଯାତ୍ରା ଉପଲକ୍ଷେ ଛୋଟ ଛୋଟ ତୁଳସୀ କାଠିରେ ୨.୧ ସେ.ମିର ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତିଆରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ରଥ ତିଆରି କରିବା ପାଇଁ ସ୍ମୃତିଙ୍କୁ ପାଖା ପାଖି ୨୨ ଘଣ୍ଟା ସମୟ ଲାଗିଥିଲା । ପ୍ରତି ବର୍ଷ ସ୍ମୃତି ରଥଯାତ୍ରା ସମୟରେ ରଥଯାତ୍ରା ସମ୍ବନ୍ଧୀୟ କିଛି ନୂଆ କଳାକୃତି ତିଆରି କରିଥାନ୍ତି ।

smruti

ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା , ୨.୩ ସେମିର ନନ୍ଦିଘୋଷ ରଥ , ୧ ଇଞ୍ଚ ମହମବତୀରେ ଜଗନ୍ନାଥଙ୍କ ମୂର୍ତ୍ତି , ଅଧା ଇଞ୍ଚ ରବରରେ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଛନ୍ତି ସ୍ମୃତି । ତାଙ୍କର ଏହି କଳାକୃତି ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡରେ ସେ ସ୍ଥାନ ପାଇଛନ୍ତି।। ସ୍ମୃତି ସମୟ ପାଇଲେ ଏହିଭଳି କିଛି ନୂତନ କଳାକୃତି ତିଆରି କରିଥାନ୍ତି। ଯାହା ପାଇଁ ସ୍ମୃତିଙ୍କ ବାପା ମା ବହୁତ ଗର୍ବ ଅନୁଭବ କରିଥାନ୍ତି।।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.