୨ବର୍ଷ ପରେ ପୁଣି ଦୁଲୁକିବ ବାଲିଯାତ୍ରା ପଡ଼ିଆ, ଚାଲିଛି ଜୋରଦାର ପ୍ରସ୍ତୁତି

କଟକ (କେନ୍ୟୁଜ): କଟକ ଐତିହାସିକ ବାଲିଯାତ୍ରାକୁ ମାତ୍ର ଆଉ ଅଳ୍ପ ଦିନ । ଜୋରଦାର ଚାଲିଛି କାମ । ୨ବର୍ଷର ବ୍ୟବଧାନ ପରେ ପୁଣି ଦୁଲୁକିବ ବାଲିଯାତ୍ରା ଉପର ଓ ତଳ ପଡ଼ିଆ । ଚଳିତ ବର୍ଷ ଅଧିକ ସଂଖ୍ୟକ ପ୍ରବେଶ ଏବଂ ପ୍ରସ୍ଥାନ ପଥର ବ୍ୟବସ୍ଥା ସାଙ୍ଗକୁ ଭିନ୍ନ ଭିନ୍ନ ୪୦ଟି ସ୍ଥାନରେ କରାଯାଇଛି ପାର୍କିଂ ବ୍ୟବସ୍ଥା । ଚଳିତ ବର୍ଷ ବାଲିଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିବ । ମହାନଦୀରେ ବୋଟିଂ ସାଙ୍ଗକୁ ଲାଇଟ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା କରାଯିବ ।

ଭାସମାନ ରେଷ୍ଟୁରାଣ୍ଟ ପୂର୍ବରୁ ଥିବା ବେଳେ, ଏହାର ଜନସାଧାରଣ ମଜା ନେଇ ପାରିବେ । ବାଲିଯାତ୍ରା ପଡ଼ିଆର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ସାଙ୍ଗକୁ କଟକ ସହରର ବିଭିନ୍ନ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ଢାଞ୍ଚାରେ ରେପ୍ଲିକା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । “କଟକ ଇନ କଟକ” ନାମରେ ତଳ ପଡ଼ିଆର ଦଶ ଏକର ଅଞ୍ଚଳ ଭିତରେ ତିଆରି ଚାଲିଛି ଅନେକ ନୂଆ ଡିଜାଇନ ଯାହା ଆକର୍ଷଣର ଅନ୍ୟତମ କେନ୍ଦ୍ର ବିନ୍ଦୁ ହେବାକୁ ଯାଉଛି । ଭିନ୍ନକ୍ଷମ ତଥା ବୟସ୍କ ମାନଙ୍କ ପାଇଁ ବାଲିଯାତ୍ରା ବୁଲିବା ପାଇଁ କରାଯାଇଛି ବିଶେଷ ବ୍ୟବସ୍ଥା । ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ନାମରେ ଏକ ପ୍ରବେଶ ପଥର ନାମକରଣ ସହ ଏକ ତୋରଣ ନିର୍ମିତ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.