ଓମଫେଡର ପରିଚାଳନା ନିର୍ଦ୍ଦେଶକ ହେଲେ ବିଜୟ ଅମୃତ କୁଲାଙ୍ଗେ

ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ । ଓମଫେଡର ପରିଚାଳନା ନିର୍ଦ୍ଦେଶକ ହେଲେ ବିଜୟ ଅମୃତ କୁଲାଙ୍ଗେ । ଓଡ଼ିଶା ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ଦାୟିତ୍ୱ । ଓମଫେଡର ପରିଚାଳନା ନିର୍ଦ୍ଦେଶକ ହେଲେ ବିଜୟ ଅମୃତ କୁଲାଙ୍ଗେ । ଓଡ଼ିଶା ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି । ମାର୍ଚ୍ଚ ୧୬ ତାରିଖରେ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ଓମଫେଡ୍, ଭୁବନେଶ୍ୱରର ପରିଚାଳନା ନିର୍ଦ୍ଦେଶକ ପଦବୀ ରାଜ୍ୟର ଆଇଏଏସ୍ କ୍ୟାଡରରେ ପ୍ରଦାନ କରାଯାଇଥିବା ଯୁଗ୍ମ ସଚିବ ପଦବୀର ମାନ୍ୟତା ଏବଂ ଦାୟିତ୍ୱରେ ସମାନ ଘୋଷଣା କରାଯାଇଛି ।

ସୂଚନା ଥାଉକି, ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମେୟର ଓ କର୍ପୋରେଟରଙ୍କ ଭତ୍ତା ବୃଦ୍ଧି ନେଇ ଘୋଷଣା କରିବାକୁ ନେଇ ବିଏମ୍‌ସି ପକ୍ଷରୁ ତୁରନ୍ତ ସ୍ପଷ୍ଟୀକରଣ ଦିଆଯାଇଥିଲା । ଏହା ପରେ ସରକାର ତାଙ୍କୁ କଡ଼ା ତାଗିଦ୍‌ ମଧ୍ୟ କରିଥିଲେ । ତେବେ ଏହା ପରେ ପରେ କମିଶନର ବିଜୟ ଅମୃତ କୁଲାଙ୍ଗେ ୧ ମାସ ଛୁଟି ଆବେଦନ କରିଥିଲେ । ସେପଟେ ବିଜୟଙ୍କ ସ୍ଥାନରେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା ।  ଛୁଟି ସରିବା ପରେ ଏବେ ସରକାର ତାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.