ସାଧାରଣ ନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି, ମାର୍ଚ୍ଚ ୨୭ ଯାଏଁ ନାମାଙ୍କନ ପତ୍ର ଦାଖଲ

ସାଧାରଣ ନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ । ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ରହିଛି । ଏଥିପାଇଁ ମାର୍ଚ୍ଚ ୨୭ ନାମାଙ୍କନ ଦାଖଲର ଶେଷ ଦିନ ।

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ । ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ରହିଛି । ଏଥିପାଇଁ ମାର୍ଚ୍ଚ ୨୭ ନାମାଙ୍କନ ଦାଖଲର ଶେଷ ଦିନ । ମାର୍ଚ୍ଚ ୨୮ ପ୍ରାର୍ଥିପତ୍ର ଯାଞ୍ଚ ଓ ମାର୍ଚ୍ଚ ୩୦ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ଭୋଟ ନିଆଯିବ ।

ଏଥିରେ ରହିଛି ତାମିଲନାଡୁର ୩୯, ରାଜସ୍ଥାନର ୧୨, ଉତ୍ତରପ୍ରଦେଶର ୮, ମଧ୍ୟପ୍ରଦେଶର ୬ ଆସନ । ସେହିପରି ଉତ୍ତରାଖଣ୍ଡ, ଆସାମ ଓ ମହାରାଷ୍ଟ୍ରର ୫ଟି ଲେଖାଏ ଆସନ ଥିବା ବେଳେ ବିହାରର ୪, ପଶ୍ଚିମବଙ୍ଗର ୩ ଆସନ ସହ ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟର ୨ଟି ଲେଖାଏ ଲୋକସଭା ସିଟରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ । ଛତିଶଗଡ଼, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆଣ୍ଡାମାନ୍ ନିକୋବର, ଜମ୍ମୁ କଶ୍ମୀର, ଲାକ୍ଷାଦ୍ବୀପ ଓ ପୁଡୁଚେରୀର ଗୋଟିଏ ଲେଖାଏ ସିଟରେ ପଡ଼ିବ ଭୋଟ୍ । ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଏପ୍ରିଲ ୧୯, ଏପ୍ରିଲ ୨୬, ମେ ୭, ମେ ୧୩, ମେ ୨୦, ମେ ୨୫ ଓ ଜୁନ୍ ୧ ତାରିଖରେ ଦେଶରେ ଭୋଟିଂ ହେବ । ଜୁନ୍ ୪ ତାରିଖରେ ଗଣତି ପରେ ବାହାରିବ ରେଜଲ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.