ନିମ୍ବ ଗଛ ଉପରେ ଅଚିନ୍ତା ଗାଢ ନିଦରେ ଭାଲୁ, ରାତିସାରା ଉଜାଗର ଗାଁଲୋକେ

ଉମରକୋଟ(କେନ୍ୟୁଜ୍): ଗଛ ଉପରେ ଭାଲୁ । ଭୟରେ ରାତିସାରା ଉଜାଗର ଗାଁଲୋକେ, ନୟାନ୍ତ ବନବିଭାଗ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତ ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗାଁରେ ଏକ ନିମ୍ବ ଗଛ ଉପରେ ଭାଲୁଟି ବସି ରହିଛି। ଗତକାଲି ରାତିରେ ଖାଦ୍ୟ ଅନେ୍ଵଷଣରେ ଭାଲୁଟି ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି।

ସକାଳୁ ଜଙ୍ଗଲକୁ ଫେରିନପାରି ଗଛ ଉପରେ ଚଢି ଯାଇଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି। ଭାଲୁକୁ ଗଛ ଉପରୁ ତଳକୁ ଆସିବାକୁ ଚେଷ୍ଟା ଜାରି ରହିଛି। ଉଦ୍ଧାର ପରେ ଜଙ୍ଗଲରେ ଛାଡି ଦିଆଯିବ ବୋଲି କହିଛନ୍ତି ଉମରକୋଟ ବନଖଣ୍ଡ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.