ପୁଣି ଅନ୍ଧବିଶ୍ୱାସ ନେଲା ଜଣଙ୍କ ଜୀବନ, ସାପ କାମୁଡ଼ାରେ ଡାକ୍ତରଖାନା ନେବା ବଦଳରେ ମନ୍ଦିର ଆଗରେ ଶୁଆଇଲେ

ଗଞ୍ଜାମ(କେନ୍ୟୁଜ): ପୁଣି ଅନ୍ଧବିଶ୍ୱାସ ପାଇଁ ଗଲା ଜଣଙ୍କ ଜୀବନ । ସାପକାମୁଡ଼ାରେ ଆହତ ଯୁବକଙ୍କୁ ଡାକ୍ତରଖାନା ନେବା ବଦଳରେ ମନ୍ଦିର ଆଗରେ ଶୁଆଇଲେ ପରିବାର ଲୋକ। ସଂକୀର୍ତ୍ତନକରି ପାଣି ଢଳାଗଲା କିନ୍ତୁ ଫଳ କିଛି ହେଲାନି । ପରେ ଡାକ୍ତରଖାନା ନେବାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୁଗୁଡ଼ା ଗୋଲାସାହିର ଶିବ ପାତ୍ର ପାଖ ଗାଁରେ ଛେଳିଗୋଠ କରିଥିଲେ । ଗତ ରାତିରେ ସେଠି ସେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା । ଖବର ପାଇ ପରିବାର ଲୋକ ତାଙ୍କୁ ହସ୍‌ପିଟାଲ ବଦଳରେ ମନ୍ଦିର ନେଇ ସଂକୀର୍ତ୍ତନ ସହ ପାଣି ଢାଳିଥିଲେ । ଆଉ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.