ରାତି ଅଧିଆ ରେଡ ପୋଲିସକୁ ପଡିଲା ମହଙ୍ଗା, ନିର୍ଦ୍ଧୁମ ଛେଚା ଖାଇଲେ

କୋରାପୁଟ(କେନ୍ୟୁଜ୍‌): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନାର ମାଟିଖାଲ ଗ୍ରାମରେ ଗଞ୍ଜେଇ ଚାଲାଣ କରାଯାଉଥିବା ସୂଚନା ପାଇ ମାଥିଲି ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲେ । ଗ୍ରାମବାସୀ ମେଳି ହୋଇ ପୋଲିସକୁ ଘେରି ଅଟକ ରଖିଥିଲେ । ଏନେଇ ସୂଚନା ପାଇବାପରେ ମାଛକୁଣ୍ଡ ଥାନା ପୋଲିସ ଗ୍ରାମରେ ପହଂଚି ଅଟକ ଥିବା ମାଲକାନଗିରି ପୋଲିସକୁ ଉଦ୍ଧାର କରିଥିବା ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର କହିଛନ୍ତି ।

ରାତି ଅଧରେ ଚଢାଉ କରିବା ମାଲକାନଗିରି ଜିଲ୍ଲା ପୋଲିସକୁ ମହଙ୍ଗା ପଡିଛି । ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ । ସୀମାନ୍ତରେ ଥିବା ମାଟିଖାଲ ଗ୍ରାମରେ ମାଲକାନଗିରି ଜିଲ୍ଲା ପୋଲିସ ଗଞ୍ଜେଇ ରେଡ଼ କରିବା ନିମନ୍ତେ ଗାଁ ଭିତରକୁ ପଶିଥିଲେ । ପ୍ରଥମେ ଗାଁର କିଛି ଲୋକଙ୍କ ଘରର କବାଟକୁ ବାଡାଇ ଥିଲେ ଏବଂ ଘର ଭିତରେ ପଶି ଲୋକଙ୍କୁ ଭୟଭୀତ କରିଥିଲେ । ପୋଲିସ ଚଡାଉ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଥିଲେ । ପରେ ଗାଁ ସମସ୍ତେ ଏକତ୍ରିତ ହୋଇ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିଥିଲେ ।

ପୋଲିସର ୨ଟି ବାଇକକୁ ମଧ୍ୟ ଗ୍ରାମବାସୀ ଜବତ କରିଛନ୍ତି । ଅନ୍ଯପଟେ ରାତ୍ରରେ ମାଟିଖାଲ ଗାଁରେ ଡକାୟତ ମାନେ ଡକାୟତି କରିବାକୁ ଆସିଥିବା ଭାବି ଗ୍ରାମବାସୀ ଅଟକ ରଖିଥିଲେ ବୋଲି କହିଛନ୍ତି । ମାଲକାନଗିରି ଜିଲ୍ଲାର SDPOଙ୍କ ନିର୍ଦ୍ଦେଶ କ୍ରମେ ମାଟିଖାଲ ଗାଁ କୁ ଗଞ୍ଜେଇ ରେଡ଼ କରିବାକୁ ଯାଇଥିବା ଅଟକ ପୋଲିସ କର୍ମଚାରୀ କହିଛନ୍ତି । ଏହି ଚଢାଉରେ ମାଥିଲି, ଗୋବିନ୍ଦପାଳି ଓ ମାଲକାନଗିରି ପୋଲିସ ମିଳିତ ଭାବରେ ଚଢାଉରେ ସାମିଲ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.