କେବଳ ହିନ୍ଦୀ କହୁଥିବା ଲୋକ ଗୁପ୍‌ଚୁପ୍ ବିକ୍ରି କରନ୍ତି: ଏମିତି ବୟାନ ଦେଲେ ତାମିଲନାଡୁର ଉଚ୍ଚ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ଲୋକେ କାହିଁକି ହିନ୍ଦୀରେ କଥାବାର୍ତ୍ତା କରନ୍ତି । ସେମାନେ ଆଗାମୀ ଦିନରେ କେବଳ ଗୁପ୍‌ଚୁପ୍ ବିକ୍ରି କରନ୍ତି । ଏହା ଆମର କି ଆପଣଙ୍କ ଚିନ୍ତା ନୁହେଁ । ଏଭଳି ମାନସକତା ରହିଛି ତାମିଲନାଡୁ ଉଚ୍ଚ ଶିକ୍ଷାମନ୍ତ୍ରୀ କେ ପୋନମୁଡୀଙ୍କର । ସେ କହିଛନ୍ତି ଯେ ହିନ୍ଦୀ ଭାଷାଭାଷୀମାନେ ଗୁପଚୁପ୍ ବିକ୍ରି କରନ୍ତି ଏବଂ ଯେଉଁମାନେ ହିନ୍ଦୀ କହୁଛନ୍ତି ସେମାନେ କୋଏମ୍ବାଟୁରରେ ଗପଚୁପ୍ ବିକ୍ରି କରୁଛନ୍ତି।

କେ ପୋନମୁଣ୍ଡୀ ଶୁକ୍ରବାର କୋଏମ୍ବାଟୁରରେ ଭରତିୟାର ୟୁନିଭରସିଟିର ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରୁଥିଲେ । ସମାରୋହରେ ହିନ୍ଦୀ ଭାଷା ଉପରେ କୌଣସି ପ୍ରସଙ୍ଗ ନଥିଲା । ଏହା ପରେ ବି ସେ ହିନ୍ଦୀ ବିରୋଧୀ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ହିନ୍ଦୀ ଭାଷା ଶିଖିଲେ ଯଦି ରୋଜଗାର ମିଳିଯିବ ତା’ହେଲେ ହିନ୍ଦୀ କହୁଥିବା ଲୋକେ କାହିଁକି ଗୁପ୍‌ଚୁପ ବିକ୍ରି କରୁଛନ୍ତି । ସେ ଦାବି କରିଛନ୍ତି ଯେ ହିନ୍ଦୀ ବକ୍ତାମାନେ ଅମଲାତନ୍ତ୍ର ଭାବରେ କାର୍ଯ୍ୟ କରନ୍ତି।

କେବଳ ସେତିକି ନୁହେଁ ସେ କହିଥିଲେ ଭାଷା ଦୃଷ୍ଟିରୁ ହିନ୍ଦୀ ତୁଳନାରେ ଇଂରାଜୀ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ଲୋକଙ୍କ ସାମ୍ନାରେ ଯୁକ୍ତି ବାଢ଼ିଥିଲେ ହିନ୍ଦୀ କହୁଥିବା ଲୋକ ଛୋଟ ଚାକିରି କରନ୍ତି । ତାମିଲ ଛାତ୍ରମାନେ ଯେ କୌଣସି ଭାଷା ଶିଖିବାକୁ ଆଗ୍ରହୀ ଅଛନ୍ତି ତାଙ୍କ ପାଇଁ ହିନ୍ଦୀ ବାଧ୍ୟତାମୂଳକ ନୁହେଁ ବରଂ ବୈକଳ୍ପିକ ହେବା ଦରକାର। କୋଏମ୍ବାଟୁର ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରି ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ ପୋନମୁଡୀ ଜାତୀୟ ଶିକ୍ଷା ନୀତି ୨୦୨୦ ର ଲାଭଦାୟକ ଦିଗଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ରାଜ୍ୟ ସରକାର କେବଳ ଦୁଇ ଭାଷା ପ୍ରଣାଳୀ ଲାଗୁ କରିବାକୁ ସ୍ଥିର କରିଛନ୍ତି।

ତାମିଲନାଡୁ ଦାବି କରିଛି ଯେ ଭାରତରେ ଶିକ୍ଷା ବ୍ୟବସ୍ଥାରେ ତାମିଲନାଡୁ ଆଗରେ ରହିଛି। ସେ କହିଛନ୍ତି ଯେ ତାମିଲ ଛାତ୍ରମାନେ ଯେ କୌଣସି ଭାଷା ଶିଖିବାକୁ ପ୍ରସ୍ତୁତ ଅଛନ୍ତି। ତଥାପି, ହିନ୍ଦୀ କେବଳ ଏକ ଇଚ୍ଛାଧୀନ ଭାଷା ହେବା ଉଚିତ ଏବଂ ବାଧ୍ୟତାମୂଳକ ନୁହେଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.