ପୁଣି ଚର୍ଚ୍ଚାରେ ବଲାଙ୍ଗିର ଦେଓଗାଁ ବ୍ଲକ, ଗୁହାଳ ଦାବିରେ ପଂଚାୟତ ସମିତି ବୈଠକରେ ଛେଳି ଧରି ପଶିଲେ ସମିତିସଭ୍ୟ

ଗୁହାଳ ତିଆରି କରିଥିଲେ ବି ବିଲ୍ ହୋଇନଥିବାରୁ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ସମିତିସଭ୍ୟ ବିଶ୍ୱଜିତ ପାତ୍ରଙ୍କ ଅଭିନବ ପ୍ରତିବାଦ । ପଂଚାୟତ ସମିତିର ସାଧାରଣ ବୈଠକରେ ଏକ ଛେଳିକୁ ଧରି ପଶିଥିଲେ ବିଶ୍ୱଜିତ ପାତ୍ର

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସମିତି ସଭ୍ଯଙ୍କ ଅଭିନବ ପ୍ରତିବାଦ । ଗୁହାଳ ଦାବିରେ ସମିତି ବୈଠକରେ ଛେଳି ଧରି ପ୍ରବେଶ କଲେ ହାତୀସରା ସମିତି ସଭ୍ଯ ବିଶ୍ୱଜିତ ପାତ୍ର । ତାଙ୍କ ପଂଚାୟତ ରେ ଲୋକେ ଗୁହାଳ ପାଉ ନାହାଁନ୍ତି । ଅନେକ ଥର ଦାବି କଲେ ବି କେହି ଶୁଣୁ ନ ଥିବାରୁ ଏପରି ପ୍ରତିବାଦ କରିଛନ୍ତି । ବୈଠକ ରେ ଛେଳି ଦେଖି ସମସ୍ତେ ତାଯୁବ ହୋଇଥିଲେ । ପ୍ରଥମରେ ଛେଳିକୁ ବୈଠକ ଗୃହ ଭିତରେ ରଖିବାକୁ ବାରଣ କରାଯାଇଥିଲା । ପରେ ପୁଣି ଗୁହାଳ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ହେଲେ ସମିତି ବୈଠକରେରେ ଛେଳି କୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.