Below header

ICMR ବମ୍ପର ନିଯୁକ୍ତି, ଦରମା ମାସକୁ ୧ ଲକ୍ଷରୁ ଅଧିକ

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ପକ୍ଷରୁ ଏକ ନୋଟିସ ଜାରି ହୋଇଛି । ମାସକୁ ଦରମା ୧ ଲକ୍ଷରୁ ଅଧିକ । ତୁରନ୍ତ କରନ୍ତୁ ଆବେଦନ ।

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ପକ୍ଷରୁ ଏକ ନୋଟିସ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ, ଏଠାରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ nimr.org.in କୁ ଯାଇ ସବିଶେଷ ବିବରଣୀ ପାଇପାରିବେ । ଭର୍ତ୍ତି ପାଇଁ ଆବେଦନ ଫର୍ମ ସବମିଟ୍‌ କରିବାର ଶେଷ ତାରିଖ ୨୧ ଜୁଲାଇ ୨୦୨୩ ରହିଛି ।

ପଦବୀ ବିବରଣୀ : ୭୯

ଟେକ୍ନିକାଲ ଆସିଷ୍ଟାଣ୍ଟ, ଟେକ୍ନିସିଆନ, ଲାବ୍ରେରୋଟରୀ ଆଟେଣ୍ଟାଣ୍ଡ ପଦ ସାମିଲ ରହିଛି । ନୋଟିଫିକେସନ ମୁତାବକ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ୩୭ଟି ପଦବୀ, ଅନୁସୂଚିତ ଜାତି ପାଇଁ ୯, ଅନୁସୂଚିତ ଜନଜାତି ପାଇଁ ୪, EWS ପ୍ରାର୍ଥୀଙ୍କ ପାଇଁ ୮, ଓବିସି ପାଇଁ ୨୧ଟି ପଦ ଖାଲିପଡିଛି ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ଜୁଲାଇ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ବିଭିନ୍ନ ପଦ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୫ରୁ ୩୦ ବର୍ଷ ମଧ୍ୟରେ ହେବା ଜରୁରୀ ।

ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ୧,୧୨,୪୦୦ ଟଙ୍କା ଦରମା ମିଳିବ । ସେହିପରି ଟେକ୍ନିକାଲ ଆସିଷ୍ଟାଣ୍ଟ ପଦରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ୩୫ ହଜାରରୁ ୧,୧୨,୪୦୦ ଟଙ୍କା, ଟେକ୍ନିସିଆଲ ପଦବୀ ପାଇଁ ୧୯,୯୦୦ରୁ ୬୩ ହଜାର ପର୍ଯ୍ୟନ୍ତ ଦରମା ଏବଂ ଲାବ୍ରୋଟୋରୀ ଆଟେଣ୍ଡାଣ୍ଟଙ୍କୁ ୧୮ ହଜାରରୁ ୫୬ ହଜାର ପର୍ଯ୍ୟନ୍ତ ଦରମା ମିଳିବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ।

ଆବେଦନ ପତ୍ର ପଠାଇବାର ଠିକଣା :

“The Director, National Institute of Malaria Research, Sector-8, Dwarka, New Delhi-110077”

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://feeds.abplive.com/testfeeds/Hindi/PdfFiles/843318606bfbe12e4a84b02f11c5fea3.pdf?_ga=2.92594269.1720450143.1686974180-414868749.1677742623

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.