Below header

ଭୟରେ ଜୀଅନ୍ତା କୁମ୍ଭୀରକୁ ମାରି ଖାଇଦେଲେ ଗାଁ ଲୋକେ

ମାଲକାନଗିରି(କେନ୍ଯୁଜ୍): ଜୀଅନ୍ତା କୁମ୍ଭୀରକୁ ମାରି ଖାଇଦେଲେ ଅଞ୍ଚଳବାସୀ। ଗତ ଶନିବାର ଦିନ ଚିତ୍ରକୋଣ୍ଡା ଜଳଭଣ୍ଡାରରେ କୁମ୍ଭୀର ଜଣେ ୧୦ ବର୍ଷର ନାବାଳକକୁ ଆକ୍ରମଣ କରିଥିବା ଘଟଣା ସାରା ରାଜ୍ଯରେ ଚାଞ୍ଚଲ୍ଯ ସୃଷ୍ଟି କରିଥିବା ବେଳେ ଏକ ବିପରୀତ ଘଟଣା ଦେଖିବାକୁ ମିଳିଛି ସୀମାନ୍ତ ପଡିବା ବ୍ଲକରେ।

croco-କୁମ୍ଭୀର ମଣିଷକୁ ମାରିଦେବା ଭୟ ରହିଥିବା ବେଳେ ମଣିଷ କୁମ୍ଭୀରକୁ ମାରିଦେବା ଭଳି ଲୋମହର୍ଷଣକାରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ହେଉଛି ଓଡିଶା ସୀମାବର୍ତ୍ତୀ ପଡିଆ ବ୍ଲକର କାଲଦାପଲ୍ଳୀ ଅଞ୍ଚଳର। ପ୍ରଥମେ ଗ୍ରାମବାସୀ ଶାବେରୀ ନଦୀରୁ ପ୍ରାୟ ୧୦ ଫୁଟ ଲମ୍ବର ବିଶାଳକାୟ କୁମ୍ଭୀରକୁ ଉଦ୍ଧାର କରି ଆଣିବା ସହ ଏକ ତେନ୍ତୁଳି ଗଛ ଡାଳରେ ବାନ୍ଧି ରଖିଥିଲେ। ସୂଚନା ମୁତାବକ ଅଞ୍ଚଳବାସୀଙ୍କ ମଧ୍ଯରେ ଏହି ବରାଟକାୟ କୁମ୍ଭୀର ଦେଖିବା ପାଇଁ ପ୍ରତିଯୋଗୀତା ସୃଷ୍ଟି ହୋଇଥିବା ବେଳେ କିଛି ଲୋକ ଏହି କୁମ୍ଭୀରଟିକୁ କାଟି ତା’ର ମାଂସ ଖାଇଛନ୍ତି।

croco1ଏନେଇ ସ୍ଥାନୀୟ ଲୋକେ ଏସବୁ ଘଟଣାକୁ କ୍ଯାମେରାରେ କଏଦ କରି ବିଭିନ୍ନ ସାମାଜିକ ଗଣମାଧ୍ଯମରେ ଭାଇରାଲ ମଧ୍ଯ କରିଛନ୍ତି। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଯିବାର ୨୪ ଘର୍ଟାରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ଯ ବନବିଭାଗର ହାତ ଖାଲି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.