ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକଙ୍କ ଘରେ ଚଢାଉ: ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଓ ରୂପା ଜବତ

ବରଗଡ଼: ଭିଜିଲାନ୍ସ ଜାଲରେ କୋଟିପତି ଅବକାରୀ ଅଧୀକ୍ଷକ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗୀଙ୍କ ଘରେ ଚଢାଉ ଚାଲିଛି । ଏକାସାଙ୍ଗରେ ବରଗଡ଼, ବଲାଙ୍ଗିର, ସମ୍ବଲପୁର ଓ ବୁର୍ଲା ଘର ଓ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି ।

ଚଢାଉ ସମୟରେ ସମ୍ବଲପୁର ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଓ ରୂପାଜବତ କରାଯାଇଛି । ବରଗଡ଼ ଜିଲ୍ଲା ଅବକାରୀଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସସ ପକ୍ଷରୁ ଏହି ଚଢାଉ କରାଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.