ରାଜ୍ୟରେ ପୁଣି ୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ ୯୫ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩ ଜଣ କ୍ଵାରେଣ୍ଟିଂନ ସେଣ୍ଟରର ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣାପଡିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ୨୨୯ଜଣ କରୋନା ଆକ୍ରାନ୍ତ।

total case

ଏମାନଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୯୫, ଅନୁଗୁଳରୁ-୧, ବାଲେଶ୍ବରରୁ ୨୧, ବରଗଡରୁ ୧, ବଲାଙ୍ଗିରରୁ ୭, ବୌଦ୍ଧରୁ ୩, କଟକରୁ ୧୨, ଦେଓଗଡର ୧, ଗଜପତିରୁ ୧, ଜଗତସିଂହପୁରରୁ ୧, ଯାଜପୁରରୁ ୨୨, ଝାରସୁଗୁଡାରୁ ୧୦, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୨୧, କୋରାପୁଟରୁ ୧, ମୟୁରଭଞ୍ଜରୁ ୨, ନୟାଗଡରୁ ୫, ପୁରୀରୁ ୪ ଓ ସୁନ୍ଦରଗଡରୁ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.