ଭାଇରାଲ ହେଉଛି ଏକ୍ସପ୍ରେସନ୍ସ କ୍ୱିନ ମାଧୁରୀଙ୍କ ଜବରଦସ୍ତ ଡ୍ୟାନ୍ସ, ଆପଣ ବି ଦେଖନ୍ତୁ ମନଛୁଆଁ ଭିଡିଓ

ମାଧୁରୀ ଦୀକ୍ଷିତଙ୍କୁ ନିଜର ଡ୍ୟାନ୍ସ ଏବଂ ଏକ୍ସପ୍ରେସନ୍ସ କାରଣରୁ ବଲିଉଡରେ ଖାସ୍‌ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ‘ତେଜାବ’ ଫିଲ୍ମରେ ବଲିଉଡରେ ଜବରଦସ୍ତ ପରିଚୟ ସୃଷ୍ଟି କରିଥିବା ମାଧୁରୀ ଦୀକ୍ଷିତ ଏବେ ବି ମନୋରଞ୍ଜନ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅଛନ୍ତି।


ଫିଲ୍ମ ସହିତ ଟିଭିରେ ମଧ୍ୟ ସେ ନଜର ଆସୁଛନ୍ତି। ତେବେ ଏକ୍ସପ୍ରେସନ କ୍ୱିନ ମାଧୁରୀ ଦିକ୍ଷୀତଙ୍କର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୁଏ। ତେବେ ମାଧୁରୀଙ୍କର ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଇଣ୍ଟରନେଟରେ ଯେମିତି ଛାଇ ଯାଇଛି ମାଧୁରୀଙ୍କ ଫଟୋ। ଯେଉଁଥିରେ ସେ ସୁପରହିଟ ସଙ୍ଗରେ ଜମେଇକି ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି।

madhuriମାଧୁରୀ ଦୀକ୍ଷିତଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଯେଉଁଥିରେ ସେ ନିଜର ସୁପରହିଟ ସଙ୍ଗ୍‌ ‘ହମକୋ ଆଜକଲ ହେ ଇନ୍ତେଜାର’ରେ କିଛି ଏମିତି ଅନ୍ଦାଜରେ ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖି ଦର୍ଶକ ଏକଦମ୍‌ ଦିଓ୍ଵାନା ହୋଇଯାଉଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ମାଧୁରୀ ଦୀକ୍ଷିତ ଅନଲାଇନ ଡ୍ୟାନ୍ସ କ୍ଲାସ୍‌ ମଧ୍ୟ ଚଲାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.