ସାମାନ୍ଯ ବଚସାକୁ ନେଇ ଠେଙ୍ଗାରେ ବାଡେଇ ଯୁବକଙ୍କୁ ହତ୍ଯା

ସୋରଡା(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ହାଡିଗୋଡା ଗ୍ରାମରେ ଠେଙ୍ଗାରେ ବାଡେଇ ବାଡେଇ ଯୁବକଙ୍କୁ ହତ୍ଯା। ଘଟଣାସ୍ଥଳରେ ଅରୁଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗତକାଲି ଗ୍ରାମରେ ଏକ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ସେହି ଭୋଜିରେ ଅରୁଣଙ୍କ ସହିତ ଗ୍ରାମର କିଛି ଯୁବକ ମଧ୍ଯ ଯୋଗ ଦେଇଥିଲେ। ଭୋଜି ସରିବା ପରେ ଗ୍ରାମର ଶେଷ ମୁଣ୍ଡରେ ମଦ ପିଇ ବଚସା ଆରମ୍ଭ ହୋଇଥିଲା। ସେହି ସ୍ଥାନରେ ଅରୁଣ ଗୌଡଙ୍କୁ କିଛି ଯୁବକ ଆକ୍ରମଣ କରି ରକ୍ତାକ୍ତ କରିଥିଲେ।

ରିପୋର୍ଟ ଅନୁଯାୟୀ ସେହି ରକ୍ତାକ୍ତ ଅବସ୍ଥାରେ ଅରୁଣ ଘରକୁ ଚାଲି ଆସିଥୁଲେ। ଏହିସମୟରେ ଅଭିଯୁକ୍ତମାନେ ପୁଣି ଥରେ ଘରେ ପଶି ତାଙ୍କୁ ଠେଙ୍ଗାରେ ପିଟି ହତ୍ଯା କରିଛନ୍ତି ବୋଲି ଅରୁଣଙ୍କ ବାପା ସନ୍ତୋଷ ଗୌଡ କହିଛନ୍ତି। ଘଟଣାସ୍ଥଳରେ ସୋରଡା ଥାନା ଅଧିକାରୀ ରମେଶଚନ୍ଦ୍ର ପ୍ରଧାନ ଓ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.