୨୦ଦିନର ଶିଶୁପୁତ୍ରର ମୃତ୍ୟୁକୁ ନେଇ ରାୟଗଡା ଚିକିତ୍ସାଳୟରେ ଉତ୍ତେଜନା, ପରିବାର ଲୋକ ଓ ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି

ରାୟଗଡ଼ା(କେନ୍ୟୁଜ୍): ୨୦ଦିନର ଶିଶୁପୁତ୍ରର ମୃତ୍ୟୁକୁ ନେଇ ଜିଲ୍ଲା ଚିକିତ୍ସାଳୟରେ ଉତ୍ତେଜନା । ପରିବାର ଲୋକ, ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଧସ୍ତାଧସ୍ତି। ଘଟଣାସ୍ଥଳରେ ପୋଲିସ ମୁତୟନ। ରାୟଗଡା ସହର ରାଣୀଗୁଡା ଅଞ୍ଚଳର ଜି.ସୁରେଶ ଓ ମୋନିକାଙ୍କ ୨୦ଦିନର ନବଜାତ ଶିଶୁର ଗତକାଲି ଅପରାହ୍ନରେ ହଠାତ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ଚିକିତ୍ସା କରାଯାଇଥିଲେ ମଧ୍ୟ ଆଜି ସକାଳ ୯ଟା ସମୟରେ ଶିଶୁପୁତ୍ରଟିର ମୃତ୍ୟୁ ହୋଇଯାଇଥିଲା।

ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଶିଶୁପୁତ୍ରଟିର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଶିଶୁକୁ ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲକୁ ଅଣାଯାଇଥିଲା । ଶିଶୁକୁ ବଞ୍ଚାଇବା ପାଇଁ ସମସ୍ତ ଚିକିତ୍ସା କରାଯାଇଥିଲେ ମଧ୍ୟ ଶିଶୁଟିର ଜୀବନ ବଞ୍ଚାଇ ପାରିନଥିଲୁ ବୋଲି ଡାକ୍ତର କହିଛନ୍ତି। ପରିବାର ଲୋକେ ଆଣୁଥିବା ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି। ଘଟଣା ନେଇ ରାୟଗଡା ଥାନାରେ କୈାଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.