ଗଜପତି: ଠାକୁର ପରିକ୍ରମା ବେଳେ ଅଣ୍ଡାମାଡ, ବଡ଼ପଦାରେ ଉତ୍ତେଜନା

ଆଜି ହୋଲି ଉତ୍ସବ ସହ ବଡପଦା ରାଧାକୃଷ୍ଣ ମନ୍ଦିରରୁ ଠାକୁରଙ୍କୁ ଗାଁ ପରିକ୍ରମା କରୁଥିଲେ ଗ୍ରାମବାସୀ ।ତେବେ ମୁଖ୍ୟ ବଜାର ରାସ୍ତାରେ ବାଜା ବାଜଣା ସହ ଠାକୁର ପରିକ୍ରମା ଚାଲିଥିବା ବେଳେ ଅଣ୍ଡା ମାଡ କରିଥିଲେ କିଛି ଯୁବକ।

ମୋହନ(କେନ୍ୟୁଜ): ଅଣ୍ଡା ମାଡରୁ ଉତ୍ତେଜନା। ହୋଲି ଉତ୍ସବ ସହ ଠାକୁର ପରିକ୍ରମା ବେଳେ ଅଣ୍ଡା ମାଡ କଲେ କିଛି ଯୁବକ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ବଡ଼ପଦା  ଗାଁରେ। ସୂଚନା ପ୍ରକାରେ ଆଜି ହୋଲି ଉତ୍ସବ ସହ ବଡପଦା ରାଧାକୃଷ୍ଣ ମନ୍ଦିରରୁ ଠାକୁରଙ୍କୁ ଗାଁ ପରିକ୍ରମା କରୁଥିଲେ ଗ୍ରାମବାସୀ ।ତେବେ ମୁଖ୍ୟ ବଜାର ରାସ୍ତାରେ ବାଜା ବାଜଣା ସହ ଠାକୁର ପରିକ୍ରମା ଚାଲିଥିବା ବେଳେ ଅଣ୍ଡା ମାଡ କରିଥିଲେ କିଛି ଯୁବକ। ଅଣ୍ଡା ଠାକୁରଙ୍କୁ ବାଜିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏହାପରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ କିଛି ବ୍ୟକ୍ରି ଆହତ ହୋଇଥିବା ବେଳେ ଗୋଟିଏ ବାଇକ ଭାଙ୍ଗି ଯାଇଛି । ଖବର ପାଇ ସେରଙ୍ଗ ଥାନା ଓ ଖଜୁରିପଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି । ଗାଁରେ ଏବେ ପୋଲିସ ମୁତୟନ ଥିବା ବେଳେ ପରିସ୍ଥିତି ଆହୁରି ଉତ୍ତେଜନା ପୁର୍ଣ୍ଣ ରହିଛି।

Leave A Reply

Your email address will not be published.