ଆଜି ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଚନ୍ଦ୍ରଚୂଡ ବେଶ, ଭର୍ଚୁଆଲ୍‌ରେ ଦର୍ଶନ କରୁଛନ୍ତି ଭକ୍ତ

ଆଠଗଡ(କେନ୍ୟୁଜ୍):ପଞ୍ଚକରେ ଭର୍ଚୁଆଲ୍‌ରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଆଜି ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ।

ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ କଳସ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ସମସ୍ତ ରୀତିନୀତି ଶେଷ କରାଯାଇଥିଲା । ଏହାପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭକ୍ତ। ଝୁଲାପୋଲ ମରାମତି ପାଇଁ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା । ଜାରି ହୋଇଛି ୧୪୪ ଧାରା ।

ଫଳରେ LED ସ୍କ୍ରିନ୍‌ ମାଧ୍ୟମରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଏସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି କଳିଙ୍ଗ ଟିଭି ଆଠଗଡ଼ ରିପୋର୍ଟର ବିଶ୍ୱଜିତ ରାଉତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.