Below header

ନିର୍ବାଚନୀ ହାଲଚାଲ: ଜାଣନ୍ତୁ ବିଭିନ୍ନ ସ୍ଥାନରେ କେମିତି ଚାଲିଛି ମତଦାନ

(କେନ୍ଯୁଜ୍): ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ । ୩୦ଟି ଜିଲ୍ଲାର ୧ ହଜାର ୬୬୯ ଗ୍ରାମପଂଚାୟତରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି , ଯେଉଁଥିରେ ପ୍ରାୟ ୬୮ ଲକ୍ଷ ଲୋକ ଭୋଟ ଦେବେ । ୨ଶହ ଜିଲ୍ଲାପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି । କୋଭିଡ୍ କଟକଣା ଭିତରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ଗୋଟାଏ ଯାଏଁ ଚାଲିବ ।

ଏହି ନିର୍ବାଚନରେ ଅନେକ ବଡ ବଡ ନେତାଙ୍କ ଭାଗ୍ୟପରୀକ୍ଷା ହେବାକୁ ଯାଉଛି । ଆଜି ଵଲାଙ୍ଗିର ଜିଲ୍ଲା ର ମାଓ ପ୍ରବଣ ପାଟଣାଗଡ଼ , ଖପ୍ରାଖୋଲା ଓ ବେଳପଡା ବ୍ଲକ ରେ ନିର୍ବାଚନ ଚାଲିଛି । ଜିଲ୍ଲାର ୮ ଟି ଜିଲ୍ଲା ପରିଷଦ ଯୋନ ପାଇଁ ଜିଲ୍ଲା ପରିଷଦ ସଦସ୍ୟ , ୭୫ ଟି ପଂଚାୟତ ରେ ସରପଞ୍ଚ ଓ ସମିତି ସଭ୍ୟ ଓ ୯୦୭ ଟି ୱାର୍ଡ ସଭ୍ୟ ପାଇଁ ନିର୍ବାଚିତ କରିବେ ଭୋଟର । ଆଜି ୨୯ ଜଣ ଜିଲ୍ଲା ପରିଷଦ ପାର୍ଥି ,୩୫୬ ଜଣ ସରପଞ୍ଚ ପାର୍ଥି ଓ ୨୭୨ ଜଣ ସମିତି ସଭ୍ୟ ପାର୍ଥି ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଖପ୍ରାଖୋଲା ମାଓ ପ୍ରବଣ ହୋଇ ଥିବାରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି । ୪୬ ଟି ବୁଥ ମାଓ ପ୍ରବଣ ଅଂଚଳରେ ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମାଓ ପ୍ରବଣ ଅଞ୍ଚଳରେ ଶାନ୍ତି ଶୃଙ୍ଖଲାରେ ଭୋଟ ଦେଉଛନ୍ତି ଲୋକମାନେ।

ସେହିପରି ବାଲେଶ୍ଵର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ବ୍ଲକ ରେ ଆଜି ନିର୍ବାଚନ ହେଉଅଛି । ଜଳେଶ୍ଵର ଓ ଭୋଗରାଇ ବ୍ଲକ ରେ ନିର୍ବାଚନ ଚାଲିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜଳେଶ୍ବର ବ୍ଲକ୍ ରେ ୪୪୬ ଟି ବୁଥ ହୋଇଥିବା ବେଳେ ଭୋଗରାଇ ବ୍ଲକ ରେ ୬୯୦ ଟି ବୁଥ ହୋଇଛି । ସେହିଭଳି ଜଳେଶ୍ଵର ବ୍ଲକ ରେ ୩୬ ଟି ଭୋଗରାଇ ବ୍ଲକ ରେ ୭୩ ଟି ସମ୍ବେଦନଶୀଳ ଓ ଅତିସମ୍ବେଦନ ଶିଳ ବୁଥ ଚିହ୍ନଟ କରାଯାଇଛି । ଜଳେଶ୍ଵର ବ୍ଲକ ର ୧ ଲକ୍ଷ୍ୟ ୫୯ ହଜାର ଭୋଟର ଓ ଭୋଗରାଇ ବ୍ଲକ ର ୨ ଲକ୍ଷ୍ୟ ୩୩ ହଜାର ୪୪୪ ଭୋଟର ମତ ଦାନ କରିବେ ଆଜି । ଭୋଗରାଇ ବ୍ଲକର ୫୦ ଟି ପଞ୍ଚାୟତ ଓ ଜଳେଶ୍ଵର ବ୍ଲକ୍ ର ୩୫ ଟି ପଞ୍ଚାୟତ ରେ ଆଜି ଭୋଟ ଗ୍ରହଣ ହେଉଅଛି । ଭୋଗରାଇ ବ୍ଲକ ରେ ୬ ଟି ଜିଲ୍ଲା ପାରିଷଦ ଜୋନ ପାଇଁ ନିର୍ବାଚନ ହେଉଥିବା ବେଳେ ଜଳେଶ୍ଵର ବ୍ଲକ୍ ପାଇଁ ୪ ଟି ଜୋନ୍ ରେ ନିର୍ବାଚନ ଜାରି ରହିଛି । ଏହାସହ ଉଭୟ ବ୍ଲକ୍ ରେ ୧୨ ଟି ପିଙ୍କ୍ ବୁଥ କରାଯାଇଛି ।

ସେହିପରି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ଦୁଇଟି ଓ ନୂଆଗାଁ ବ୍ଲକ ର ଗୋଟିଏ ଜୋନ ରେ ପ୍ରଥମ ପର୍ଯ୍ୟାୟ ରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ବାଲିଗୁଡା ବ୍ଲକ ରେ ୧୮୩ ଗୋଟି ବୁଥ ରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ମୋଟ ୧୪୨ ଜଣ ପାର୍ଥୀ ଙ୍କ ନିର୍ବାଚନ ଭାଗ୍ୟ ନିର୍ଦ୍ଧାରଣ କରିବେ ୩୮୧୩୬ ଜଣ ଭୋଟର । ବାଲିଗୁଡା ବ୍ଲକ ରେ ୯ ଜଣ ଜିଲ୍ଲା ପରିଷଦ ପାର୍ଥୀ,୫୦ ଜଣ ସରପଞ୍ଚ,୪୯ ଜଣ ସମିତି ସଭ୍ୟ ଓ ୩୪ ଜଣ ୱାର୍ଡ ମେମ୍ବର ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ସ ।

ଅନ୍ୟପଟେ ନୂଆଗାଁ ବ୍ଲକ ର ୧୭ ଗୋଟି ବୁଥ ରେ ଆଜି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ନୂଆଗାଁ ବ୍ଲକ ର ମୋଟ ୧୩୩ ଜଣ ପାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୪୦୬୦୮ ଜଣ ଭୋଟର୍ସ। ଏହି ବ୍ଲକ ରେ ୩ ଜଣ ଜିଲ୍ଲା ପରିଷଦ ପାର୍ଥୀ, ୪୮ ଜଣ ସରପଞ୍ଚ,୩୬ ଜଣ ସମିତି ସଭ୍ୟ ଓ ୪୬ ଜଣ ପାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ସ। ତେବେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ଭୋଟର୍ସ ଙ୍କ ଉତ୍ସାହ ବଢିଥିବା ବେଳେ କୋଭିଡ କଟକଣା ମଧ୍ୟରେ ଭୋଟ ଦେଉଛନ୍ତି ଜନତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.