ଭାରତ-ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚ୍‌, ନୂଆ ରଣନୀତି ନେଇ ମଇଦାନକୁ ଓହ୍ଲାଇବ ଟିମ୍‌ ଓ୍ଵେଷ୍ଟଇଣ୍ଡିଜ

ଭାରତ  ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ ପ୍ରଥମ ମ୍ୟାଚ୍‌ ଆଜି କୋଲକତାର ଇଡେନ ଗାର୍ଡେନରେ ଖେଳାଯିବ । ଦିନିକିଆ ସିରିଜରେ କ୍ଲିନ ସ୍ୱିପ କରିବା ପରେ ଟି-୨୦ ସିରିଜ ଉପରେ ରୋହିତ ସେନାର ନଜର ରହିଛି । ଦିନିକିଆ ସିରିଜ ହାତେଇବା ପରେ ରୋହିତ ସେନା ଟି-୨୦ ସିରିଜର ପ୍ରଥମ ମ୍ୟାଚ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। କିନ୍ତୁ  ଓ୍ଵେଷ୍ଟଇଣ୍ଡିଜ ମଧ୍ୟ ଜୋରଦାର ଲଢ଼େଇ କରିବା ଲକ୍ଷ୍ୟରେ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବ।  ଭାରତୀୟ ସମୟ ଅନୁସାରେ ପ୍ରଥମ ଟି-୨୦ ମ୍ୟାଚ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଆଉ ମ୍ୟାଚର ଟସ୍‌ ୬.୩୦କୁ ପଡିବ। ମ୍ୟାଚକୁ ଦର୍ଶକେ ଷ୍ଟାର ସ୍ପୋଟର୍ସ ନେଟଓ୍ଵାର୍କରେ ଦେଖିପାରିବେ।

ଟି-୨୦ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବଡ ଝଟକା ଲାଗିଛି। ଓ୍ଵାଂଶିଟନ ସୁନ୍ଦର ମାଂସପେଶୀରେ ଆଘାତ ଯୋଗୁଁ ଟି-୨୦ ସିରିଜ ଖେଳିବେ ନାହିଁ। ଆଉ ଏବେ ଏହି ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦଳର ଉପ ଅଧିନାୟକ ଘୋଷଣା କରିଛି। କେଏଲ ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳର ଉପ ଅଧିନାୟକ କରାଯାଇଛି। କାରଣ ରାହୁଲ ଆହତଜନିତ ସମସ୍ୟା କାରଣରୁ ଏହି ସିରିଜରୁ ବାଦ୍ ପଡିଛନ୍ତି।

ଟି-୨୦ ସିରିଜ୍ ପାଇଁ କେଏଲ ରାହୁଲଙ୍କ ବଦଳ ଖେଳାଳି ଭାବେ ଋତୁରାଜ ଗାଏକଓ୍ଵାଡଙ୍କୁ ଦଳରେ ସାମିଲ୍ କରାଯାଇଛି। ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ସେହି ପରି ସ୍ପିନ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର ମଧ୍ୟ ଆହତଜନିତ ସମସ୍ୟା କାରଣରୁ ସିରିଜରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ୍ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.