Below header

କାଲି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ମତଦାନ: ୨୦୦ ଜିଲ୍ଲା ପରିଷଦ ଜୋନରେ ୭୨୬ ପ୍ରାର୍ଥୀ, ୩ହଜାର ୩୫୭ ଉତ୍ତେଜନା ପ୍ରବଣ ବୁଥ୍

ଭୁବନେଶ୍ବର(କେନ୍ଯୁଜ୍): ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ କାଲି ପଡ଼ିବ ଭୋଟ । ୩୦ ଜିଲ୍ଲାର ୭୧ ବ୍ଲକରେ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ। ୧୬୬୯ ପଞ୍ଚାୟତର ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର। ଏଥିରେ ୩ହଜାର ୩୫୭ ବୁଥ ଉତ୍ତେଜନା ପ୍ରବଣ ଚିହ୍ନଟ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୩୪ହଜାର ୨୪୫ ଜଣ ପୋଲିସ ନିୟୋଜିତ ହେବେ। ମୋଟ ୨୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୨ଶହ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ତତ୍ତ୍ୱାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କୌଣସି ଭୋଟରଙ୍କ ପାଖରେ ଭୋଟ ପରିଚୟ ପତ୍ର ନଥିଲେ ରାଜ୍ୟ ସରକାରାଙ୍କ ଅନୁମୋଦିତ ୧୩ଟି ଦସ୍ତାବିଜ ମଧ୍ୟରୁ ଯେକୌଣସି ଗୋଟିଏକୁ ଦେଖାଇ ଭୋଟ ଦେଇପାରିବେ। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହେବ ମତଦାନ।

ଚଳିତଥର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ବ୍ଲକସ୍ତରରରେ ଗଣତି ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଥ୍‌ ଗୁଡିକରେ ପହଂଚୁଛନ୍ତି ପୋଲିଂ ପାର୍ଟି । ସ୍ଥାନୀୟ ଏସଡିପିଓ, ଏଏସ୍‌ପି ଓ ଆଇଆଇସି ସୁରକ୍ଷା ଯୋଗାଇବେ । ଜିଲ୍ଲାର ସାମଗ୍ରିକ ଭାବେ ନିର୍ବାଚନ ପରିଚାଳନା ଦାୟିତ୍ୱ ଜିଲ୍ଲାପାଳଙ୍କୁ ଦିଆଯାଇଛି। ସେହିପରି ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିବେ ଏସପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.