ଗଞ୍ଜାମର ବିଭିନ୍ନ ସ୍କୁଲରେ ଆଜିଠାରୁ ପାଣି ଘଣ୍ଟାର ଶୁଭାରମ୍ଭ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲରେ ଆଜି ଠାରୁ ପାଣି ଘଣ୍ଟାର ଶୁଭାରମ୍ଭ ହେବ । ପାଣି ପିଇ ସୁସ୍ଥ ରହିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଉଛି । ସୋମବାରରୁ ଶୁକ୍ରବାର ଦିନ ୧୧ଟା ୪୦, ସାଢେ ଗୋଟାଏ, ଏବଂ ୩ଟା ୧୫ ମିନିଟରେ ପାଣି ପିଆ ଘଣ୍ଟା ବାଜିବ। ଶନିବାର ସକାଳ ୮ଟା, ସାଢେ ୯ଟା ଓ ଦିନ ୧୦ଟା ୫୦ରେ ଏହି ଘଣ୍ଟା ବାଜିବ । ଏହି ଘଣ୍ଟା ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ପାଇଁ ମନେପକାଇବ । ଘଣ୍ଟା ବାଜିବା ମାତ୍ରେ ଛାତ୍ରଛାତ୍ରୀ ଏକକାଳୀନ ସମସ୍ତେ ପାଣି ପିଇବେ । କେତେକ ପିଲା ଘରୁ ପାଣି ଆଣିପାରନ୍ତି ନାହିଁ। ସେଥିପାଇଁ ୫ମିନିଟର ଜଳପାନ ବିରତି ରହିବ। ଫଳରେ ପିଲାମାନେ ବିଦ୍ୟାଳୟରେ ଉପଲବ୍‌ଧ ପାନୀୟ ଜଳ ପିଇପାରିବେ। ଏହାସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶରୀର ପାଇଁ ଆବଶ୍ୟକୀୟ ପାଣିପିଇବାର ଉପଯୋଗିତା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବେ । ପ୍ରଧାନ ଶିକ୍ଷକମାନେ ଏନେଇ ବିଦ୍ୟାଳୟ ସମୟ ନିର୍ଘଣ୍ଟ କରି କାର୍ଯ୍ୟକାରୀ କରିବେ । ଜିଲ୍ଲା, ଉପଖଣ୍ଡ ତଥା ବ୍ଲକସ୍ତରୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ସମୟରେ ପାଣିପିଆ ଘଣ୍ଟାର ପ୍ରଚଳନ ଅନୁଧ୍ୟାନ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.