କମୁଛି ହୀରାକୁଦ ଜଳସ୍ତର, ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪ ଲକ୍ଷ ୯ ହଜାର ୩୮୩ କ୍ୟୁସେକ ଜଳ

ସମ୍ବଲପୁର(କେନ୍ଯୁଜ୍): କମୁଛି ହୀରାକୁଦ ଜଳସ୍ତର । ଉପରମୁଣ୍ଡରେ ବର୍ଷା ପରିମାଣ କମିଛି । ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ରହିଛି ୬୨୮.୨୯ । ସେପଟେ ହୀରାକୁଦ ଜଳଭଣ୍ଡାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ରହିଛି ।

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୭୧ ହଜାର ୨୬୪ କ୍ୟୁସେକ ପାଣି ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୪ ଲକ୍ଷ ୯ ହଜାର ୩୮୩ କ୍ୟୁସେକ ଜଳ ନିଷ୍କାସନ ହେଉଛି । ହୀରାକୁଦର ୨୪ଟି ଗେଟ ଖୋଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.