ବିପଦ ସଙ୍କେତ ଉପରେ ବୈତରଣୀ: ଉପର ମୁଣ୍ଡରେ କମୁଛି, ତଳି ଅଂଚଳରେ ବନ୍ୟା ପାଣି ବଢୁଛି

ଭଦ୍ରକ(କେନ୍ୟୁଜ୍): ବିପଦ ସଙ୍କେତ ଉପରେ ବୈତରଣୀ । ଉପର ମୁଣ୍ଡରେ କମୁଛି । ହେଲେ ତଳି ଅଂଚଳରେ ବନ୍ୟା ପାଣି ବଢୁଛି । ଫଳରେ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ଆନନ୍ଦପୁର, ଖଡ଼ିପଦା, ସୋହଡା, ପଧାନୀ, କରଦା, ଦଲାଙ୍ଗ, ଅର୍ଜୁନପୁର, ହସନା ବାଦ, ବାମୁକୋରା, ରଇପୁର, ଭଟସାହି, ବୟାଙ୍ଗ ଦିହ ଆଦି ୧୨ ପଂଚାୟତ ଏବଂ ଭଣ୍ଡାରିପୋଖରୀ ବ୍ଲକର ମାଳଦା, ଷୋଳମପୁର, ନପଙ୍ଗ, ରହଣିଆ, କୁରୀଗାଁ ଆଦି ୫ ପଂଚାୟତ ଏପରି ଦୁଇଟି ବ୍ଲକର ୧୭ ପଂଚାୟତରେ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ରଶାସନ ପକ୍ଷରୁ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.