ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା, ମଧ୍ୟାହ୍ନରେ ବାଲେଶ୍ୱର ରାଜଘାଟ ଦେଇ ପିକ୍‌ ଫ୍ଲଡ ପାସ କରିବ

କେନ୍ୟୁଜ୍: ଉତ୍ତର ଓଡ଼ିଶାକୁ ବଢୁଛି ବନ୍ୟା ବିପଦ । ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ବନ୍ୟା ପାଣି ଛାଡ଼ିବା ପରେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଛି । ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲା ରାଜଘାଟ ଦେଇ ପିକ୍‌ ଫ୍ଲଡ ପାସ କରିବ । ସୁବର୍ଣ୍ଣରେଖା ବନ୍ୟାରେ ଉତ୍ତର ବାଲେଶ୍ୱରର ୪ ବ୍ଲକ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ପ୍ରଭାବିତ ହେବେ । ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳ ବି ବନ୍ୟାରେ ପ୍ରଭାବିତ ହେବ । ଏବେ ରାଜଘାଟଠାରେ ସୁବର୍ଣ୍ଣରେଖା ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ରହିଛି ୧୧.୯୦ ମିଟର ।

ମୟୂରଭଞ୍ଜ ଜିଲ୍ଲା ଜାମଶୋଳାଘାଟଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜାମଶୋଳାଘାଟଠାରେ ଜଳସ୍ତର ରହିଛି ୫୧.୧୪ ମିଟର । ସେଠାରେ ବିପଦ ସଙ୍କେତ ସ୍ତର ରହିଛି ୪୯.୧୬ ମିଟର । ଜଳକା ବି ବିପଦ ସଙ୍କେତ ପାର କରିଛି । ବାଲେଶ୍ୱର ଜିଲ୍ଲା ବସ୍ତା ମଥାନୀରେ ଏବେ ୬. ୫୭ ମିଟର ବନ୍ୟା ଜଳ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଙ୍କେତ ରହିଛି ୫.୫୦ ମିଟର । ବାଲେଶ୍ୱର ଜିଲ୍ଲାରେ ବନ୍ୟାରେ ୧ଲକ୍ଷ ୧୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.