ଦକ୍ଷିଣ ଆଫ୍ରିକାରେ ଜମିବ ଭାରତୀୟ ଲୋକନୃତ୍ୟ ଓ ସଂଗୀତ ସମାରୋହ

ଭୁବନେଶ୍ୱର (କେନ୍ୟୁଜ୍‌) : ଦକ୍ଷିଣ ଆଫ୍ରିକା ଦେଖିବ ଭାରତୀୟ ଲୋକକଳା । ଅଗଷ୍ଟ ୨୨ ତାରିଖ ଓ ପୁଣି ୨୪ ତାରିଖରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଏବଂ ନର୍ଥ-େଓ୍ଵଷ୍ଟ ପ୍ରୋଭିନ୍ସରେ ଆୟୋଜିତ ହେବ ମଣିପୁରୀ ସାଂସ୍କୃତିକ ସନ୍ଧ୍ୟା । ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜୋହାନ୍ସବର୍ଗ ଭାରତୀୟ ହାଇକମିଶନ୍‌ଙ୍କ ତରଫରୁ ଏହାକୁ ଆୟୋଜନ କରାଯାଉଛି । ଅଗଷ୍ଟ ୨୪ରେ ଏହି କାର୍ଯ୍ୟକ୍ରମ ନର୍ଥ-େଓ୍ଵଷ୍ଟ ପ୍ରୋଭିନ୍‌ସର ଗୋପେନ ଷ୍ଟ୍ରିଟ୍‌ ସ୍ଥିତ ଗୋଲଡେନ ଏରା ନ୍ୟୁ ଏରା ଠାରେ ଆୟୋଜିତ ହେଉଛି । ସନ୍ଧ୍ୟା ୬ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ଯାହାର ଦାୟିତ୍ୱରେ ରହିଛନ୍ତି ଓଡ଼ିଶାର ଯୁବକ କାର୍ତ୍ତିକେୟ ମହାନ୍ତି ଓ ଶ୍ରୀ ଅଶ୍ୱିନୀ ନାୟକଙ୍କ ସହିତ, ମୁମ୍ବାଇର ଶ୍ରୀ ରମାନି ଆୟର ।

ଇଣ୍ଡିଆନ୍‌ ମଣିପୁରୀ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ଶାସ୍ତ୍ରୀୟ ଓ ଲୋକକଳା ପ୍ରଦର୍ଶନ କରାଯିବ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଦକ୍ଷିଣ ଆଫ୍ରିକାରେ ବସବାସ କରୁଥିବା ଅନେକ ପ୍ରବାସୀ ଓଡ଼ିଆ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି । ସେହିପରି ଅଗଷ୍ଟ ୨୨ରେ ଜୋହାନ୍ସବର୍ଗ କ୍ୟାଲାମି କ୍ୟାସଲରେ ପୂର୍ବ କାର୍ଯ୍ୟକ୍ରମଟି ଆୟୋଜନ କରାଯାଉଛି । ଏହା ସନ୍ଧ୍ୟା ୫.୩୦ରେ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦକ୍ଷିଣ ଆଫ୍ରିକାରେ ବସବାସ କରୁଥିବା ସମସ୍ତ ପ୍ରବାସୀ ଭାରତୀୟଙ୍କୁ ଆହ୍ଵାନ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.