Below header

ଗଞ୍ଜାମ ଶିଆରିମାଳ ଗାଁରେ ଖଣ୍ଡାରେ ହାଣି ଜଣଙ୍କୁ ହତ୍ୟା

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଶିଆରିମାଳ ଗାଁରେ ଖଣ୍ଡାରେ ହାଣି ଜଣକୁ ହତ୍ୟା । ମୃତ ବ୍ୟକ୍ତି ଜଣକ, ସେହି ଗାଁର ଦୀଲ୍ଲିପ ସ୍ବାଇଁ । ଶନିବାର ରାତିରେ , ଗାଁ ନିକଟ ପୋଖରୀକୁ ମାଛ ଧରିବାକୁ ଯାଇଥିଲେ ଦୀଲ୍ଲିପ । ତାପରଦିନ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ , ପରିବାର ଲୋକେ ଖୋଜାଖୋଜି କରିଥିଲେ ।

ଶେଷରେ ଗାଁ ନିକଟରେ ଥିବା ଏକ ଧାନ କ୍ଷେତରେ, ତାଙ୍କ ମୃତଦେହ ପଡ଼ିଥିବା ଜଣାପଡିଥିଲା । ତେବେ ସେହି ଗାଁର ଜଣେ ଯୁବକ, ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ହତ୍ୟା କରିଥିବା ନେଇ , ଥାନାରେ ଅଭିଯୋଗ ହୋଇଛି । ମୃତଦେହକୁ ଜବତ କରି ଆସିକା ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇବା ସହ, ଘଟଣାର ତଦନ୍ତ ଚଳାଇଛି ଗାଙ୍ଗପୁର ଥାନା ପୋଲିସ୍ । ହତ୍ୟାକାରୀ ଜଣକ ଫେରାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.