ବଲାଙ୍ଗିର ଟିଟିଲାଗଡ ଟିଟିଡୁଙ୍ଗୁରି ଗାଁରେ ଉତ୍କଟ ହେଉଛି ଜଳ ସମସ୍ୟା, ନଳକୂପକୁ ଅଧଘଣ୍ଟା ଧରି ମାରିବା ପରେ ବାହାରୁଛି ପାଣି

ଟିଟିଲାଗଡ(କେନ୍ଯୁଜ୍): ବଢୁଛି ଖରା, ଉତ୍କଟ ହେଉଛି ଜଳ ସମସ୍ୟା । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଟିଟିଡୁଙ୍ଗୁରି ଗାଁରେ ପିଇବା ପାଣିର ସମସ୍ୟା ଦେଖାଦେଇଛି । ୪ଟି ନଳକୂପ ରହିଥିଲେ ମଧ୍ୟ ପାଣି ବ୍ୟବହାର ଉପଯୋଗୀ ନୁହେଁ । ଧାଡି ହୋଇ ରହିଛି ଗରା, ବାଲ୍‌ଟି, ହାଣ୍ଡି । ନଳକୂପକୁ ଅଧଘଣ୍ଟା ଧରି ମାରିବା ପରେ ପାଣି ବାହାରୁଛି । ତାହା ପୁଣି କଳା ରଙ୍ଗର ଗୋଳିଆ ପାଣି । ଏ ହେଉଛି ଟିଟିଲାଗଡ ମୁନିସପାଲଟିର ଟିଟିଡୁଙ୍ଗୁରିଠାରେ ରହୁଥିବା ୧ନମ୍ବର ଓ ୪ ନମ୍ବର ଓ୍ଵାର୍ଡର ବାସିନ୍ଦାଙ୍କ ସମସ୍ୟା । ପାଣି ମୁନ୍ଦାଏ ପାଇଁ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ ।ତୁରନ୍ତ ସମସ୍ୟାର ସମାଧାନ ନକଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

waterଏତିକିରେ ସରିଯାଇନି ସମସ୍ୟା । ପିଏଚ୍‌ଡି ଦ୍ୱାରା ଦିଆଯାଉଥିବା ପାଣି ୩ଦିନରେ ଥରେ ଆସୁଛି। ଏଥିପାଇଁ ମହିଳାମାନେ ରାସ୍ତାରେ ଗରା, ବାଲ୍‌ଟି ଧରି ଆନ୍ଦୋଳନ କରିଥିଲେ । ଘଟଣାସ୍ଥଳରେ ମୁନିସିପାଲଟି ଚେୟାରମ୍ୟାନ ପହଞ୍ଚି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା। ଏସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲୁ। ତୁରନ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.