ଜାଡରେ କଲବଲ ସାରା ଓଡ଼ିଶା : ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା ମାଡ଼

ଶୀତ ଦିନେ ବର୍ଷା । ତାସାଙ୍ଗକୁ କୋହଲା ପାଗ । କେଉଁଠି ଝିପିଝିପି ତ ଆଉ କେଉଁଠି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ଗତ ୪ରୁ ୫ଦିନ ହେବ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଛି । କୋହଲା ପାଗ ସାଙ୍ଗକୁ କାଲୁଆ ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ।

ଭୁବନେଶ୍ୱର (କେନ୍ୟୁଜ): ଶୀତ ଦିନେ ବର୍ଷା । ତାସାଙ୍ଗକୁ କୋହଲା ପାଗ । କେଉଁଠି ଝିପିଝିପି ତ ଆଉ କେଉଁଠି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ଗତ ୪ରୁ ୫ଦିନ ହେବ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଛି । କୋହଲା ପାଗ ସାଙ୍ଗକୁ କାଲୁଆ ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ପଶ୍ଚିମ ଓଡିଶାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ଝିପିଝିପି ବର୍ଷା ହୋଇଛି ।

ଘୁର୍ଣ୍ଣିବଳୟ ସାଙ୍ଗକୁ ଗୁରଚାପ ବଳୟ ପ୍ରଭାବରେ ବିଭିନ୍ନ ସ୍ଥାନରେ ଏଭଳି ବର୍ଷା ଲାଗି ରହିଛି । ତେବେ ଆଜିଠୁ ଗୁରୁଚାପର ପ୍ରଭାବ କମିବ ଓ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୨୬ ପରଠୁ ପାଗରେ ପରିବତ୍ତର୍ନ ରହିବ । କିନ୍ତୁ କୁହୁଡିର ମାତ୍ରା ଅଧିକ ରହିବ । ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିଲେ ବି ଦିନ ଓ ରାତ୍ରି ତାପମାତ୍ରାରେ ତାରତମ୍ୟ କମ୍ ରହୁଥିବାରୁ ଅନୁଭୂତ ହେଉଛି ଥଣ୍ଡା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.