Below header

ଆସିଗଲା ତିତ୍‌ଲି, ନ ଡ଼ରି ଜାଣନ୍ତୁ କଣ କରିବେ ଏବଂ କଣ କରିବେ ନାହିଁ

ଭୁବନେଶ୍ବର (କେନ୍ଯୁଜ୍) : ମାଡ଼ି ଆସୁଛି ତିତଲି । ବାତ୍ୟା ସମୟରେ କ’ଣ କରିବେ ଓ କ’ଣ କରିବେ ନାହିଁ । ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ଓ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ସୋସିଆଲ ମିଡିଆରେ ବାତ୍ୟା ସଂପର୍କିତ ଅଯଥା ଖବରକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।  ଯୋଗାଯୋଗ ହୋଇ ପାରୁଥିବା ସ୍ଥାନରେ ମୋବାଇଲ୍‌ ଫୋନ ରଖନ୍ତୁ । ବର୍ଷା ପାଣିରେ ଯେମିତି ଆବଶ୍ୟକ କାଗଜପତ୍ର ଓ ମୂଲ୍ୟବାନ ଜିନିଷପତ୍ରକୁ ନ ଭିଜିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ ।

ବିପର୍ଯ୍ୟୟ କିଟ୍‌ ପ୍ରସ୍ତୁତ ରଖିବା ସହ ସୁରକ୍ଷିତ ରହିବା ପାଇଁ ସେଥିରେ ରଖନ୍ତୁ ଆବଶ୍ୟକ ସାମଗ୍ରୀ । ମରାମତି ଅଭାବକୁ ଦୁର୍ବଳ ହୋଇ ପଡ଼ିଥିବା କଚା ଘରେ ରୁହନ୍ତୁ ନାହିଁ । ସୁରକ୍ଷିତ ସ୍ଥାନରେ ଆଶ୍ରୟ ନିଅନ୍ତୁ । ଗୃହପାଳିତ ପଶୁଙ୍କୁ ନ ବାନ୍ଧି ଖୋଲା ଛାଡ଼ି ଦିଅନ୍ତୁ । ଘରେ ମହଜୁଦ ରଖନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ । ଖାଦ୍ୟ ସାମଗ୍ରୀ ଓ ପାନୀୟ ଜଳ ବ୍ୟବସ୍ଥା କରନ୍ତୁ ।  ମେଡିସିନ୍‌ ପାଖରେ ରଖି ଆଥାନ୍ତୁ । ସେହିପରି ବାତ୍ୟା ସମୟରେ ଘରେ ବିଜୁଳିର ମେନ୍‌ ସୁଇଚ୍‌ ଓ ଗ୍ୟାସ୍‌ ସପ୍ଲାଏ ତୁରନ୍ତ ବନ୍ଦ ରଖନ୍ତୁ । ଘରର କବାଟ ଓ ଝରକା ବନ୍ଦ ରଖନ୍ତୁ । ନଚେତ ପବନରେ ଭାଙ୍ଗି ଯିବାର ଆଶଙ୍କା ରହିଛି । ଫୁଟା ଯାଇଥିବା ଓ କ୍ଲୋରିନ୍‌ ଯୁକ୍ତ ପାଣି ପିଅନ୍ତୁ । କେବଳ ସରକାରୀ ସତର୍କତା ସୂଚନା ଉପରେ ବିଶ୍ୱାସ କରନ୍ତୁ ।

titli 3

ଯଦି ଘର ବାହାରେ ଅଛନ୍ତି, କ୍ଷତିଗ୍ରସ୍ତ କୋଠାବାଡ଼ିକୁ ଯାଆନ୍ତୁ ନାହିଁ । ଭଙ୍ଗା ଦଦରା ଘରେ ଆଶ୍ରୟ ନେବା ବିପଜ୍ଜଜନକ । ଭାଙ୍ଗି ଯାଇଥିବା ବିଜୁଳି ଖୁଣ୍ଟ, ତାର ଓ ଧାରୁଆ ପଦାର୍ଥଠାରୁ ଦୂରେଇ ରୁହନ୍ତୁ । ଯଥାସମ୍ଭବ କୌଣସି ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ । ମତ୍ସଜୀବୀମାନେ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ । ପାଣିପାଗ ସମ୍ପର୍କିତ ଖବର ସହ ଅପଟେଡ୍‌ ରୁହନ୍ତୁ । ବାତ୍ୟା ସମ୍ପୂର୍ଣ୍ଣ ନ ଟଳିବା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବା ଅସୁରକ୍ଷିତ ।

Read in English : Cyclone ‘Titli’: What You Must Do Before, During And After The Storm
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.