କୁଆଡ଼େ ଯିବ ସମ୍ଭାବ୍ୟ ସାଇକ୍ଲୋନ୍ ମିଗଜମ୍? ଓଡ଼ିଶା ପାଇଁ ଜାରି ହୋଇନି କୌଣସି ୱାର୍ଣ୍ଣିଂ

ବଙ୍ଗୋପସାଗରରେ ଦାନା ବାନ୍ଧିବ ବାତ୍ୟା । ଏବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଆଗକୁ ବଢୁଛି । ଲଘୁଚାପ ସହ ଜଡିତ ମେଘ ସମୂହର ଏକତ୍ରିକରଣ ପ୍ରକ୍ରିୟା ଦୃଢ଼ିଭୂତ ହେଉଛି ।

କେନ୍ୟୁଜ(ବ୍ୟୁରୋ) : ବଙ୍ଗୋପସାଗରରେ ଦାନା ବାନ୍ଧିବ ବାତ୍ୟା । ଏବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଆଗକୁ ବଢୁଛି । ଲଘୁଚାପ ସହ ଜଡିତ ମେଘ ସମୂହର ଏକତ୍ରିକରଣ ପ୍ରକ୍ରିୟା ଦୃଢ଼ିଭୂତ ହେଉଛି । ଏହା ଘନୀଭୂତ ପ୍ରକ୍ରିୟାକୁ ଆହୁରି ସକ୍ରିୟ କରାଇବ । ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବ ଲଘୁଚାପ ।

ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଆଗକୁ ବଢ଼ିବା ସହ ସମୁଦ୍ରରୁ ବଳ ଗୋଟାଇବ ଡିପ୍ରେସନ୍ । ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣ ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ବାତ୍ୟାର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟାର ନାଁ ରହିବ ମିଗଜମ୍ ।

୧ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ସମ୍ଭାବ୍ୟ ସାଇକ୍ଲୋନ୍ କୁଆଡ଼େ ଯିବ ? କଣ ରହିବ ପ୍ରଭାବ ସେନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶା ପାଇଁ ଏବେ କୌଣସି ୱାର୍ଣ୍ଣିଂ ଜାରି ହୋଇନି । ତେବେ ଡିସେମ୍ବର ୧ରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.