ବିଦ୍ୟୁତ୍ ଖୁଣ୍ଟିରେ ମରାମତି କରିବା ବେଳେ ଅଘଟଣ, ୧୧ କେ.ଭି ତାର ଲାଗି କର୍ମଚାରୀ ଗୁରୁତର

ଆନନ୍ଦପୁର (କେନ୍ୟୁଜ): ବିଦ୍ଯୁତ୍ ଆଘାତ ଲାଗି ବିଭାଗିୟ କର୍ମଚାରୀ ଗୁରୁତର । ଘଷିପୁରା ଥାନା ଖପରାଖାଇ ଠାରେ ଖୁଣ୍ଟରେ ଚଢି ମରାମତି କରୁଥିବା ସମରେ ଉପରେ ଯାଇଥିବା ୧୧କେଭି ତାରରେ ହାତ ବାଜିଯିବାରୁ ଜଣେ ବିଦ୍ଯୁତ୍ ବିଭାଗ ଠିକା ସଂସ୍ଥା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର କର୍ମଚାରୀ କୃଷ୍ଣଚନ୍ଦ୍ର ଷେଣ୍ଡ ଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆନନ୍ଦପୁର ପାଇଁ ବିଦ୍ଯୁତ୍ ମେଣ୍ଟେନାନ୍ସ କାମ କରୁଥିବା ଆଖଣ୍ଡଳମଣି ନାମକ ଠିକା ସଂସ୍ଥାର ଟେକ୍ନିସିଆନ୍ ଭାବେ କୃଷ୍ଣ କାମ କରନ୍ତି । କାମ ସମୟରେ ସୁରକ୍ଷା ସାମଗ୍ରି ପିନ୍ଧିନଥିବାରୁ ଏଭଳି ଘଟିଥିବା ଜଣା ପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.