କାହା ପାଇଁ ଡଟ୍ ଫେଷ୍ଟ? କେବଳ ଭିଭିଆଇପି ମଜା ଉଠାଇବେ ଆଉ ସାଧାରଣ ଲୋକ?

କେନ୍ୟୁଜ୍(ବ୍ୟୁରୋ): କାହା ପାଇଁ ଡଟ୍ ଫେଷ୍ଟ? ଏବେ ସାରା ରାଜଧାନୀବାସୀ ଏବେ ଦ୍ବନ୍ଦରେ । ଏତେ ବଡ଼ ବଡ଼ କାର୍ଯ୍ୟକ୍ରମ ଆୟାଜନ କରାଯାଉଛି ହେଲେ ତାହାର କୌଣସି ଫାଇଦା ଉଠାଇ ପାରୁନାହାନ୍ତି ରାଜଧାନୀବାସୀ । ଶହ ଶହ ପାସ୍ ବିକ୍ରି କରାଯାଉଛି। କିନ୍ତୁ ମଧ୍ୟବତ୍ତି କିମ୍ବା ସାଧାରଣ ଲୋକ ତାହା ପାଉନାହିଁ । କେବଳ ଭିଭିଆଇପି କିଛି ଜଣ ସିଟ୍ ପାଇ ଡଟ୍ ଫେଷ୍ଟର ମଜା ଉଠାଉଛନ୍ତି। ହେଲେ ସାଧାରଣ ଲୋକପାଇଁ ସେଠି ସ୍ଥାନ ନାହିଁ।  ଲାଗୁଛି ଯେମିତି ଡ଼ଟ ଫେଷ୍ଟରେ ଚାଲିଛି ଅଫିସର ଏବଂ ବାବୁଙ୍କ ରାଜୁତି । ସେମାନଙ୍କ ପରିବାର , ଛୁଆଙ୍କ ସାଙ୍ଗସାଥୀ ଏବଂ ତାଙ୍କ ଘରେ କାର୍ଯ୍ୟରତ କର୍ମଚାରୀଙ୍କ ଦବଦବା ବେଶ ପରିଲକ୍ଷିତ ହେଉଛି ଏହି କାର୍ଯ୍ୟକ୍ରମରେ ।

କାଲି ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। କହିବାକୁ ଗଲେ ପାସ୍ ସବୁ ଅନଲାଇନ ଓ ଅଫଲାଇନ ସରି ଯାଇଥିଲା। କିନ୍ତୁ ଦର୍ଶକ ଗ୍ୟାଲରିର ପଛ ପାଖରେ ପ୍ରାୟ ସିଟ୍ ଖାଲିଥିଲା। ହେଲେ ଗ୍ୟାଲେରୀ ବାହାରେ  ହଜାର ହଜାର ଦର୍ଶକ ଛିଡା ହୋଇ ଡଟ୍ ଫେଷ୍ଟର ମଜା ଉଠାଉଥିଲେ। କିନ୍ତୁ ସିଟ୍ ଖାଲିଥିବାର ଦେଖି ଅନେକ ଦର୍ଶକ ମଧ୍ୟ ଆୟୋଜକ ଙ୍କୁ ଖୁବ୍ ଗାଳି କରୁଥିଲେ।

ଶୁଣିବାକୁ ମିଳୁଛି କାଲି ଜଣେ ଗଣମାଧ୍ୟ ସମ୍ପାଦକଙ୍କୁ ମଧ୍ୟ ଟିକେଟ ନଥିବାରୁ ଭିଆଇପି ଗ୍ୟାଲେରୀରୁ ବାହାର କରାଯାଇଥିଲା। ଏମିତିକି ଜଣେ ରାଜ୍ୟସଗା ସାଂସଦଙ୍କୁ ମଧ୍ୟ ସୁରକ୍ଷାକର୍ମୀ ବାହାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସାଂସଦ ପରିଚୟ ଦେବା ପରେ ତାଙ୍କୁ ବସିବାକୁ ଅନୁମତି ଦିଆଯାଇଥିଲା।

ସେହିପରି ଗତକାଲି ଜଣେ ବରିଷ୍ଠ କର୍ପୋରେଟରଙ୍କୁ ଡ଼ଟ ଫେଷ୍ଟରେ ଜଣେ ସିକୁରିଟି ଗାର୍ଡ ତଣ୍ଟିଆ ମାରିବା ପରେ ଧାରଣାରେ ବସିଥିଲେ ଅନେକ କର୍ପୋରେଟର । ଏପରିକି କାର୍ଯ୍ୟକ୍ରମ ଚାଲୁଥିବା ଅଞ୍ଚଳର କର୍ପୋରେଟଙ୍କୁ ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି । ମେୟରଙ୍କ ଅନୁରୋଧ କ୍ରମେ ଧରଣରୁ କର୍ପୋରେଟ ମନେ ଉଠିଥିଲେ । ଏସବୁ ପରେ ଏବେ ପ୍ରଶ୍ନ ଉଠୁଛି ଯଦି ରାଜଧାନୀବାସୀଙ୍କ ପାଇଁ ଏହି ସବୁ କାର୍ଯ୍ୟକ୍ରମ ହେଉଛି  ତେବେ ସେମାନଙ୍କୁ କାହିଁକି ଅଗ୍ରାଧିକାର ଦିଆଯାଉନାହିଁ? ଏଥିପ୍ରତି ଆୟୋଜକ ଓ ବିଏମସି ଯତ୍ନବାନ ହେବା ଦରକାର ବୋଲି ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.