କି ମୋଡ଼ ନେବ ହ୍ୟୁମାନ-ଶ୍ରୀୟା ବିବାଦ ? ବୋହୂକୁ ମନାଇବାକୁ ଉଦ୍ୟମ କରିବେ କି ଶାଶୂ

ଭୁବନେଶ୍ବର(କେନ୍ୟୁଜ୍): ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ବିବାଦ କି ମୋଡ଼ ନେବ ? ପୁଣି ଏକାଠି ହେବେ ନା ପାରିବାରିକ ବିବାଦ ଅଧିକ ତେଜିବ? ଦାମ୍ପତ୍ୟ ଝଗଡ଼ାରୁ ବାହାରିବ କି ସମାଧାନର ବାଟ ? ଏକାଠି ବସି ଦୁଇ ପରିବାର ବୁଝାମଣା କରିବେ କି ? ପାରିବାରିକ କଳହ ଯୋଗୁ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସମ୍ମାନରେ ଆଞ୍ଚ ଆସିବା ସହ କ୍ୟାରିଅର ପ୍ରଭାବିତ ହୋଇପାରେ । ଏଥିପାଇଁ ବିବାଦକୁ ଆଗକୁ ଆଉ ନବଢ଼ାଇ ତୁଟାଇବାକୁ ଉଭୟ ପରିବାର, କିଛି ସଂପର୍କୀୟ ଓ ଶୁଭେଚ୍ଛୁ ଚାହୁଁଥିବା କୁହାଯାଉଛି । ଗତକାଲି ମିଡିଆ ଆଗରେ ପ୍ରଥମ ଥର ମୁହଁ ଖୋଲିିଥିଲେ ଶ୍ରୀୟା।

ହ୍ୟୁମାନଙ୍କ ଗୁମର ଖୋଲିଥିଲେ ପତ୍ନୀ । କହିଥିଲେ, ହ୍ୟୁମାନ ମଦ ପିଇ ତାଙ୍କୁ ପ୍ରବଳ ମାଡ଼ ମାରନ୍ତି । ଦାମ୍ପତ୍ୟ ଜୀବନରେ ଅଶାନ୍ତିର କାରଣ ଜଣେ ଥାର୍ଡ ପର୍ସନ ବୋଲି ଖୁଲାସା କରିଥିଲେ । ବୁଝାମଣା ପାଇଁ ପ୍ରସ୍ତୁତ ଅଛନ୍ତି । ସଂସାର ବସିଯାଉ ଚାହୁଁଛନ୍ତି ବୋଲି ଶ୍ରୀୟା କହିଥିଲେ । ଏହାର ଜବାବରେ ହ୍ୟୁମାନ କହିଥିଲେ ଯଦି ମୁଁ ନିର୍ଯାତନା ଦେଉଥିଲେ, ତେବେ ୮ ବର୍ଷ ଏକାଠି କେମିତି ରହିଲେ। ଏକ୍ସଟ୍ରା ମ୍ୟାରିଟାଲ ଆଫାୟର୍ସ ପାଇଁ ମୋ ପାଖରେ ସମୟ ନାହିଁ । ମଦ ପିଇବା ଓ ବାଡ଼େଇବା ସମ୍ପୂର୍ଣ୍ଣ ମିଛ।

ପୂର୍ବରୁ ବାବୁସାନ-ତୃପ୍ତି ବିବାଦର ସମାଧାନ ପାଇଁ ଆଗେଇ ଆସିଥିଲେ ଅପରାଜିତା । ପୁଅ-ବୋହୂଙ୍କ କଳି ତୁଟାଇବା ପାଇଁ ତୃପ୍ତିଙ୍କ ଘରକୁ ଯାଇଥିଲେ ଶାଶୂ ଅପରାଜିତା ମହାନ୍ତି । ଏବେ ବୋହୂକୁ ମନାଇବାକୁ ଉଦ୍ୟମ କରିବେ କି ହ୍ୟୁମାନଙ୍କ ମାଆ। ହ୍ୟୁମାନଙ୍କ ମାଆ ଓ ଶ୍ରୀୟାଙ୍କ ବାପା-ମାଆ ମିଶି ପାରିବାରିକ ବିବାଦ ତୁଟାଇବେ କି ? ଏଭିତରେ କଟକ ମହିଳା ଥାନାରେ ହାଜର ହେବାକୁ ୩୦ ତାରିଖ ଯାଏ ସମୟ ନେଇଛନ୍ତି ଶ୍ରୀୟା । ଯଦି ୩୦ ତାରିଖରେ ଉଭୟ ହାଜର ନ ହୁଅନ୍ତି, ତେବେ ଶ୍ରୀୟାଙ୍କ ଲିଖିତ ଅଭିଯୋଗକୁ ଆଧାର କରି କେସ ରୁଜୁ ହେବ । ତାପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଜୋନ୍‌ -୨ ଏସିପି କହିଛନ୍ତି । ତାରିଖ ଭିତରେ ସିଙ୍ଗର କପଲ କଳି କି ମୋଡ଼ ନେବ ତାକୁ ଅପେକ୍ଷା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.