ପୁରୀ ଲୋକସଭା ଆସନରୁ କିଏ ହେବେ ପ୍ରାର୍ଥୀ, ମୋଦିଙ୍କ ସମ୍ଭାବନା କ୍ଷୀଣ ପରେ ପ୍ରାର୍ଥୀ ଖୋଜୁଛି ବିଜେପି

ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀ ଲୋକସଭା ଆସନ ବେଶ ଚର୍ଚ୍ଚାରେ ।  ୨୦୧୪ ନିର୍ବାଚନ ପୂର୍ବରୁ ଏଠାରୁ ପ୍ରଚାର ଆରମ୍ଭ କରିଥିଲେ ମୋଦି। ୨୦୧୯ରେ ସେ ଏଠାରୁ ପ୍ରାର୍ଥୀ ହେବା ନେଇ ପୂର୍ବରୁ ଗଣମାଧ୍ୟମରେ ଆଲୋଚନା ହୋଇଥିଲା। କିନ୍ତୁ ପ୍ରିୟଙ୍କା ଗାନ୍ଧିଙ୍କୁ ପୂର୍ବ ଉତ୍ତରପ୍ରଦେଶ ଦାୟିତ୍ୱ ମିଳିବା ପରେ, ମୋଦି ବାରଣାସୀ ଆସନ ଛାଡିବା ସମ୍ଭାବନା କ୍ଷୀଣ ହୋଇଗଲା। ତେଣୁ ବିଜେପି ପୁରୀରୁ କାହାକୁ ପ୍ରାର୍ଥୀ କରିବ? ୨୦୧୪ରେ ଅଶୋକ ସାହୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ଏଥର ସେ ପ୍ରାର୍ଥୀ ହେବେ ନା ଆଉ ନୂଆ ଚେହାରା ଆଗକୁ ଆସିବେ, ସେ ଚର୍ଚ୍ଚା ଲାଗି ରହିଛି। ସେପଟେ ଦଳୀୟ ନେତା କହୁଛନ୍ତି ମୋଦି ଛିଡା ହୋଇଥିଲେ କିଛି ଫରକ ପଡିଥାନ୍ତା । ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡଙ୍ଗୀ ଛିଡା ହେବା ନେଇ ନିଷ୍ପତି ହୋଇଥିବା ବେଳେ ପୁରୀରୁ କିଏ ଲଢିବ ତାକୁ ନେଇ ଏବେ ବି ଚର୍ଚ୍ଚା ଲାଗିରହିଛି।

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ୫ ଲକ୍ଷ ୨୩ ହଜାର ୧୬୧ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତି ୨ଲକ୍ଷ ୫୯ ହଜାର ୮୦୦ ଭୋଟ ପାଇଥିଲେ । ପିନାକୀ ୨ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଅଶୋକ ସାହୁ ୨ ଲକ୍ଷ ୧୫ ହଜାର ୭୬୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ବିଜେଡି କହିଛି ଏଥର ପୁରୀ ଲୋକସଭା ଏବଂ ସମସ୍ତ ବିଧାନସଭା ବିଜେଡି ହାତକୁ ଯିବ । କଂଗ୍ରେସ କହିଛି ୨୦୧୪ ଫଳାଫଳଠାରୁ ଏଥର ଭଲ କରିବ ଦଳ।…

ନିର୍ବାଚନକୁ କମ ସମୟ। ସବୁ ଦଳ ନିଜର ଅଙ୍କ କଷାରେ ଲାଗିଛନ୍ତି, କିଏ କେଉଁଠି ପ୍ରାର୍ଥୀ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.