Below header

ପୌର ନିର୍ବାଚନରେ କାହା ଦଖଲରେ ରହିବ ରାଜ୍ୟ ରାଜଧାନୀ? ଏବେଠାରୁ ଚାଲିଛି କସରତ୍

ଭୁବନେଶ୍ବର(କେନ୍ୟୁଜ୍):କାହା ଦଖଲରେ ରହିବ ରାଜ୍ୟ ରାଜଧାନୀ? ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ କିଏ କରିବ ବାଜିମାତ୍‌? ବିଜେଡି ନା ବିଜେପି? ପଞ୍ଚାୟତ ଭୋଟ୍‌ ପରେ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ଏହି ନିର୍ବାଚନରେ ସାରା ରାଜ୍ୟର ନଜର ରହିବ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଉପରେ । ୨୦୧୯ ପୂର୍ବରୁ ବିଜେଡିର ଗଡ଼ ଥିଲା ଭୁବନେଶ୍ୱର ଲୋକସଭା ଆସନ । କିନ୍ତୁ ଗତ ସାଧାରଣ ନିର୍ବାଚନରେ ବିଜେପି ଖାତାକୁ ଯାଇଥିଲା ଭୁବନେଶ୍ୱର ଲୋକସଭା ଆସନ। ସେବେଠାରୁ ଏଯାଏଁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ-ବିଜେଡି ନେତାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି।

ସାଂସଦ ଅପରାଜିତାଙ୍କ ପାଇଁ ଆଗାମୀ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଏସିଡ ଟେଷ୍ଟ ସଦୃଶ । ସେପଟେ ନିର୍ବାଚନ କମିଶନ ପୌର ଭୋଟ୍‌ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ବିଜେଡି ବି ଆରମ୍ଭ କରିଦେଇଛି ପ୍ରସ୍ତୁତି। ୨୦୧୯ର ତ୍ରୁଟି ସୁଧାରିବା ପାଇଁ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ବିଜେଡିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ଯୁବ ଓ ଛାତ୍ରଙ୍କୁ ନେଇ ନେତୃତ୍ୱ ସମ୍ମିଳନୀ କରିଛି ଦଳ । ଅପପ୍ରଚାର ରୋକିବା ସହ ରାଜ୍ୟ ସରକାରଙ୍କ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଛାତ୍ର ଓ ଯୁବ ନେତୃତ୍ୱଙ୍କୁ ବିଜେଡି ଦେଇଛି ଗୁରୁମନ୍ତ୍ର। 

bhubaneswar2

ବିଏମସି ନିର୍ବାଚନ ପୂର୍ବରୁ ବିଜେଡିର ଦୁଇ ଛାମୁଆ ସଙ୍ଗଠନ ମଜଭୁତ କରିବାକୁ ଅଣ୍ଟା ଭିଡିଛି ଦଳ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ପ୍ରତି ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଦଳ। ସୂଚନା ଅନୁଯାୟୀ, ୱାର୍ଡସ୍ତରରେ ଛାତ୍ର ଓ ଯୁବ ସଭାପତି ନିଯୁକ୍ତ କରାଯାଇଛି। ଏଥିସହ ସୋସିଆଲ ମିଡିଆ ଦାୟିତ୍ୱରେ ବି ଜଣେ ଲେଖାଏଁ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ଆଗାମୀ ପୌର ନିର୍ବାଚନରେ ଦଳ କିପିରି ଭଲ ଫଳାଫଳ ତାହା ଉପରେ ବୈଠକରେ ଆଲୋଚନା ହୋଇଛି।

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଏଯାଏ ଚୂଡ଼ାନ୍ତ ହୋଇନାହିଁ। କିନ୍ତୁ ବିଏମ୍‌ସି ନିର୍ବାଚନ ପାଇଁ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଛି। ଏଥରୁ ଗୋଟିଏ କଥା ସ୍ପଷ୍ଟ ଅପରାଜିତା ବନାମ ବିଜେଡି ଭିତରେ ଲଢ଼େଇ ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.