ଅଶୁଭ ସମୟରୁ ନିଜକୁ ରକ୍ଷା କରିବା ପାଇଁ ମାନନ୍ତୁ ଏହି ନିୟମ

ଜୀବନରେ କେବେ ଖରାପ ସମୟ ଆସିଗଲେ ପ୍ରାୟତଃ ସମସ୍ତେ ଚିନ୍ତାରେ ପଡ଼ିଯାନ୍ତି। କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଡିପ୍ରେସନକୁ ଚାଲି ଯାନ୍ତି। କିନ୍ତୁ ଜୀବନରେ କିଛି ଖରାପ ଘଟିବା ଆଗରୁ ଆମକୁ ସଙ୍କେତ ମିଳିଥାଏ । ହୁଏତ କିଛି ଜଣ ତାକୁ ବୁଝିଥାନ୍ତି। ଅନ୍ୟ ସମସ୍ତେ ସେସବୁର ଅର୍ଥ ବୁଝିପାରନ୍ତି ନାହିଁ।

ଜ୍ୟୋତିଷ ଶାସ୍ତ୍ର ଓ ଶଗୁନ ଶାସ୍ତ୍ରରେ ଏହି ଅଶୁଭ ସଙ୍କେତ ବିଷୟରେ କୁହାଯାଇଛି। ଯଦି ଆପଣଙ୍କ ଘରେ ଏହି ସବୁ ଅଶୁଭ ସଙ୍କେତ ଦେଖାଯାଉଛି। ତେବେ ସାବଧାନ ରୁହନ୍ତୁ। ଏଥିରୁ ବର୍ତ୍ତିବା ପାଇଁ ଶୀଘ୍ର ଉପାୟ କରିନିଅନ୍ତୁ। ଅଣଦେଖା କଲେ ବଡ଼ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

ବଡ଼ ସଙ୍କଟ ଆସିବା ପୂର୍ବରୁ ଘରେ କିଛି ଅଶୁଭ ସଙ୍କେତ ଘଟିଥାଏ। ଯାହାକୁ ଆମ ବାପା ମାଆ ମଧ୍ୟ କିଛି ମାତ୍ରାରେ ଜାଣିପାରିଥାନ୍ତି। ଏହା ପଛରେ ଅନେକ କାରଣ ହୋଇଥାଇପାରେ। ଯେମିତିକି ପୂର୍ବଜଙ୍କ ଅସନ୍ତୋଷ, କୁଣ୍ଡଳୀରେ ଦୋଷ, ବାସ୍ତୁ ଦୋଷ କିମ୍ବା ଖରାପ କାମ।

stress full
pc: crosswalk.com

– ଘରେ ପୋଷା କୁକୁର କିମ୍ବା ଅନ୍ୟ କୌଣସି ଜୀବର ଦେହ ପ୍ରତିଦିନ ଖରାପ ହେଲେ ।
– ଅଚାନକ ଘରର ମୁଖିଆ କିମ୍ବା ଅନ୍ୟ କୌଣସି ସଦସ୍ୟଙ୍କ ସମ୍ମାନ ହାନି ହେବା।
– କରଜରେ ବୁଡ଼ିଯିବା । କିମ୍ବା ଟଙ୍କା ଅନର୍ଥରେ ଖର୍ଚ୍ଚ ହେବା।
– ଘରେ କଥା କଥାରେ ଝଗଡ଼ା ହେବା।
– ଘରର ସଦସ୍ୟଙ୍କୁ ଭଲ ନିଦ ନହେବା।

ତେବେ ଏହି ଘଟଣା ସବୁ ଘଟୁଥିଲେ ହୋଇଯାନ୍ତୁ ସାବଧାନ। ଏହା ହେଲେ ଘରକୁ ସଫା ସୁତୁରା ରଖନ୍ତୁ। ଅଳିଆ ଜିନିଷ ଘରେ ରଖନ୍ତୁ ନାହିଁ। ଫଟା କପଡ଼ା ପିନ୍ଧନ୍ତୁ ନାହିଁ। ନଚେତ ଦୁର୍ଭାଗ୍ୟ ଆପଣଙ୍କୁ ପାଖକୁ ଚାଲିଆସିବ।

ଏହାସହ ନିଶା ଦ୍ରବ୍ୟଠୁ ଦୂରେଇ ରୁହନ୍ତୁ। ଆମିଷ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ କୁଣ୍ଡଳୀର ଶୁଭ ଯୋଗ ଦୁର୍ବଳ ହୋଇଯିବ। ସେଥିପାଇଁ ଆପଣଙ୍କୁ ପ୍ରତିକାର କରିବାକୁ ପଡ଼ିବ। ପ୍ରତିଦିନ ସଙ୍କଟମୋଚନଙ୍କ ନାମ ସ୍ମରଣ କରନ୍ତୁ। ସକାରାତ୍ମକ ଦିଗରେ ପ୍ରଭୁଙ୍କୁ ମନେ ପକାଇ ସର୍ବଦା ଉଚିତ କାମ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.