ରାଷ୍ଟ୍ରପତି ନିର୍ବାଚନରେ କାହାକୁ ରହିବ ନବୀନଙ୍କ ସମର୍ଥନ? ଏନ୍‌ଡିଟିଭିକୁ ମନ୍ତବ୍ୟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ। କାହାକୁ ବିଜେଡି ସମର୍ଥନ କରିବ ତାହା ନିର୍ଭର କରୁଛି କିଏ ପ୍ରାର୍ଥୀ ହେବେ । ଦିଲ୍ଲୀରେ ଏନ୍‌ଡିଟିଭିକୁ ସାକ୍ଷାତକାର୍‌ ଦେଇ ଏହି ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତି ନିର୍ବାଚନକୁ ସମୟ ବାକି ଅଛି। ଯେତେବେଳେ ଏ ପ୍ରସଙ୍ଗ ଆସିବ ସେତେବେଳେ ବିଚାର କରାଯିବ। ସାମ୍ବାଦିକଙ୍କ ପ୍ରଶ୍ନ ଥିଲା, ଅଣ ବିଜେପି ବିରୋଧୀ ଦଳଙ୍କ ମିଳିତ ପ୍ରାର୍ଥୀଙ୍କୁ ନବୀନ ସର୍ଥନ କରିବେ କି ? ନବୀନ କହିଥିଲେ ବିଜେଡି ନିଜର ସ୍ୱାଧୀନତା ବଜାୟ ରଖିଛି। ବିଜେଡି ସବୁ ବେଳେ ଏନ୍‌ଡିଏକୁ ସମର୍ଥନ କରି ନାହିଁ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.