ଅକ୍ଷୟ ତୃତୀୟା ଅନୁଯାଇ ରାଶି ଅନୁସାରେ କ୍ରୟ କରନ୍ତୁ ଏହି ଜିନିଷ, ଧନ ସମ୍ପଦର କେବେ ହେବ ନାହିଁ ଅଭାବ

ଅକ୍ଷୟ ତୃତୀୟା ଦିନ ସୁନା ରୂପା ଆଦି କିଣିବାର ପରମ୍ପରା ରହିଛି | କୁହାଯାଏ ଅକ୍ଷୟ ତୃତୀୟା ଦିନ ଧାତୁ ଜିନିଷ ଆଣିବା ଦ୍ୱାରା ମା’ ଲକ୍ଷ୍ମୀ ଏଥି ସହିତ ଆସିଥାନ୍ତି | ସେହି ବସ୍ତୁ କେବେ ସମାପ୍ତ ହୋଇନଥାଏ | ଅର୍ଥାତ ଅକ୍ଷୟ ତୃତୀୟା ଦିନ ପ୍ରାପ୍ତ ସମ୍ପତ୍ତି, ଧନ ଦୌଲତ ଓ ପୁଣ୍ୟ ଫଳ କେବେ କ୍ଷୟ ହୋଇନଥାଏ |

ଏହି ବର୍ଷ ଅକ୍ଷୟ ତୃତୀୟା ମଇ ମାସ 3 ତାରିଖ ମଙ୍ଗଳବାରରେ ପଡୁଛି | ଏହି ଦିନ ପ୍ରତ୍ୟକ ବ୍ୟକ୍ତି ନିଜ ରାଶି ଅନୁସାରେ କିଛି ନ କିଛି କିଣିବା ଲାଭପ୍ରଦ ହୋଇଥାଏ | ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଦିନ ରାଶି ଅନୁସାରେ କେଉଁ ଧାତୁ କିଣିବା ଲାଭପ୍ରଦ ହୋଇଥାଏ |

ଅକ୍ଷୟ ତୃତୀୟା ଦିନ ରାଶି ଅନୁସାରେ କେଉଁ ଧାତୁ କିଣିବେ :

ମେଷ ରାଶି : ମେଷ ରାଶିଙ୍କ ପାଇଁ ତମ୍ବା କିମ୍ବା ସୁନା କିଣିବା ଲାଭପ୍ରଦ ହୋଇଥାଏ |

ବୃଷ ରାଶି : ଏହି ରାଶିର ସ୍ୱାମୀ ଗ୍ରହ ଶୁକ୍ର | ତେଣୁ ଅକ୍ଷୟ ତୃତୀୟା ଦିନ ବୃଷ ରାଶିର ଲୋକେ ରୂପା କିଣିବା ଶୁଭ ହୋଇଥାଏ |

ମିଥୁନ ରାଶି : ଏହି ରାଶିର ଲୋକଙ୍କ ପାଇଁ କଂସା ପାତ୍ର କିମ୍ବା ଗହଣା କିଣିବା ଶୁଭ ହୋଇଥାଏ |

କର୍କଟ ରାଶି : ଏହି ରାଶିର ଲୋକଙ୍କ ପାଇଁ ରୂପା କିଣିବା ଶୁଭ ହୋଇଥାଏ |

ସିଂହ ରାଶି : ଏହି ରାଶିର ଲୋକଙ୍କ ପାଇଁ ତମ୍ବା କିମ୍ବା ସୁନା କିଣିବା ଶୁଭ ହୋଇଥାଏ |

କନ୍ୟା ରାଶି : ଏହି ରାଶିର ଲୋକଙ୍କ ପାଇଁ କଂସା ପାତ୍ର କିଣିବା ଶୁଭ ହୋଇଥାଏ |

ତୁଳା ରାଶି : ଏହି ରାଶିର ଲୋକଙ୍କ ପାଇଁ ରୂପା ରେ ତିଆରି ଜିନିଷ କିଣିବା ଶୁଭ ହୋଇଥାଏ |

ବିଛା ରାଶି : ଏହି ରାଶିର ଲୋକଙ୍କ ପାଇଁ ତମ୍ବା ନିର୍ମିତ ବସ୍ତୁ କିଣିବା ଶୁଭ ହୋଇଥାଏ |

ଧନୁ : ଏହି ରାଶିର ଲୋକଙ୍କ ପାଇଁ ପିତ୍ତଳ କିମ୍ବା ସୁନା କିଣିବା ଶୁଭ ହୋଇଥାଏ |

ମକର ରାଶି : ଏହି ରାଶିର ଲୋକଙ୍କ ପାଇଁ ଷ୍ଟିଲ କିମ୍ବା ଲୁହା ପାତ୍ର କିଣିବା ଶୁଭ ହୋଇଥାଏ |

କୁମ୍ଭ ରାଶି : ଏହି ରାଶିର ଲୋକଙ୍କ ପାଇଁ ଷ୍ଟିଲ କିମ୍ବା ଲୁହା ପାତ୍ର କିଣିବା ଶୁଭ ହୋଇଥାଏ |

ମୀନ ରାଶି : ଏହି ରାଶିର ଲୋକଙ୍କ ପାଇଁ ପିତ୍ତଳ କିମ୍ବା ସୁନା କିଣିବା ଶୁଭ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.