ପବିତ୍ର ଅକ୍ଷୟ ତୃତିୟା ଉପଲକ୍ଷେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଧାମ, ଚନ୍ଦନ ଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି

ଓଡ଼ିଆଙ୍କ ପର୍ବ ପବିତ୍ର ଅକ୍ଷୟ ତୃତୀୟା। ହିନ୍ଦୁ ଧର୍ମ ଅନୁସାରେ ଏହି ତିଥି ବହୁତ ଶୁଭ ହୋଇଥାଏ। ଅକ୍ଷୟ ତୃତୀୟାରେ ସୁନା କିଣିବା ମଧ୍ୟ ଶୁଭ ବୋଲି ଧରାଯାଏ। ପ୍ରତିବର୍ଷ ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଏ। ତେବେ ଆଜିର ଆଧୁନିକ ପିଢ଼ି ଏହି ପର୍ବ ସମ୍ପର୍କରେ ଜାଣିବା ନିହାତି ଜରୁରୀ। ଏହି ପର୍ବ କଣ ଓ କଣ ପାଇଁ ଏହାକୁ ପାଳନ କରାଯାଏ। ଦର୍ଶକବନ୍ଧୁ ଆମ ହିନ୍ଦୁ ଧର୍ମରେ ବାର ମାସରେ ରହିଛି ତେର ପର୍ବ। ଆଉ ଏହି ସମସ୍ତ ପର୍ବ ପାଳନ କରିବା ପଛରେ ରହିଛି ବିଶେଷ କାରଣ। ସେହିପରି ଆଜିର ଏହି ଅକ୍ଷୟ ତୃତୀୟାକୁ ପାଳନ କରିବା ପଛରେ ମଧ୍ୟ ରହିଛି ବଡ଼ କାରଣ। ହିନ୍ଦୁ ଧର୍ମ ଶାସ୍ତ୍ର ଓ ଗ୍ରନ୍ଥରେ ଏହାର ଭିନ୍ନ ଭିନ୍ନ ଅବସରରେ ଭିନ୍ନ ଭିନ୍ନ କାରଣ ମଧ୍ୟ ଦର୍ଶାଯାଇଛି।

ପ୍ରତିଥର ଏହି ଦିନରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ର୍ନିମାଣ ଅନୁକୂଳ ହୋଇଥାଏ । ଚଳିତ ଥର ମଧ୍ୟ ଏହିଁ କାର୍ଯ୍ୟ ସମ୍ପର୍ଣ ହେବ । ଏହା ସହ ୨୧ ଦିନ ବ୍ଯାପୀ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଛି । ନନ୍ଦା ଓ ଭଦ୍ରା ଚାପର ମରାମତି ସହ ରଙ୍ଗ କାର୍ଯ୍ଯ ଚାଲିଛି। ଚଳିତ ବର୍ଷ ପୁଷ୍କରିଣୀର ଜଳସ୍ତର କମ ଥିବାରୁ ଅସ୍ଥାୟୀ ମଞ୍ଚା ର୍ନିମାଣ କରାଯାଉଛି ।

ପବିତ୍ର ଅକ୍ଷୟ ତୃତୀୟାରେ ରଥ ର୍ନିମାଣ ସହ ବାହାର ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ,ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଛତିଶା ନିଯୋଗ ବୈଠକରେ ସମସ୍ତ ନୀତିକାନ୍ତି ଚୁଡାନ୍ତ ହୋଇସାରିଚି । ପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ। ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂ ଦେବୀ,ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ଜଳ କ୍ରୀଡା ବା ଚାପ ଖେଳିବା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଯାତ୍ରା କରିବେ।

ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି କରାଯାଉଛି । ଆସନ୍ତା ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନୋଟି ଧଉରା କାଠ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟ ସମ୍ମୁଖରେ ରଖାଯାଇ ରଥର୍ନିମାଣର ଅନୁକୂଳ ସହ ରଥ ର୍ନିମାଣ କାର୍ଯ୍ଯ ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମ୍ମୁଖରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ରଥ ଖଳାରେ ଚାଳି ର୍ନିମାଣ କାର୍ଯ୍ଯ କରାଯାଉଛି। ମହାରଣା ସେବକଙ୍କ ଦ୍‌ାରା ନନ୍ଦା ଓ ଭଦ୍ରା ଚାପର ମରାମତି କରାଯାଉଛି। ସେହିପରି ଚିତ୍ରକର ସେବକଙ୍କ ଦ୍‌ାରା ଠାକୁରଙ୍କ ସମସ୍ତ ଚନ୍ଦନ ଘର ,ମନ୍ଦିର ରଙ୍ଗ କାର୍ଯ୍ଯ ଚାଲିଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.