ଯାଜପୁରର ବିଜେପି ନେତା ସୁବାସ କଅଁର ହତ୍ୟା ଘଟଣା: ଅନ୍ୟ କେହି ନୁହେଁ ସ୍ତ୍ରୀ ହିଁ ହତ୍ୟା କରିଛି

ଯାଜପୁର(କେନ୍ୟୁଜ୍):  ସତ ଓଗାରିଲା ସ୍ତ୍ରୀ। ସ୍ୱାମୀକୁ ହତ୍ୟା କରିଥିବା କଲା ସ୍ୱୀକାର। ଯାଜପୁର ଦଶରଥପୁର ବ୍ଲକ ବିଜେପି ନେତା ସୁବାସ କଅଁରଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛନ୍ତି ତାଙ୍କ ସ୍ତ୍ରୀ ମମତା। ସୁବାସ କୁଅଁର ହତ୍ୟାରେ ମମତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମଙ୍ଗଳପୁର ବଜାରରେ ଜୁଲାଇ ୧୯ତାରିଖ ବିଳମ୍ବିତ ରାତିରେ ସୁବାସ କୁଅଁରଙ୍କ ହତ୍ୟା ହୋଇଥିଲା।

ପରେ ଏଥିରେ ମମତାଙ୍କ ଉପରେ ସନ୍ଦେହ କରିଥିଲା ପୋଲିସ। ପରେ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ। ଏହି ଘଟଣାରେ କେବଳ ମମତାଙ୍କର ସଂପୃକ୍ତି ଅଛି, ନା ଆଉ କେହି ଅଛନ୍ତି ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.