ସୁବର୍ଣ୍ଣପୁର ଜିଲ୍ଲାରେ ଅସୁରକ୍ଷିତ ବନ୍ୟଜନ୍ତୁ, ଖୁଲୁମ ଖୁଲା ଚାଲିଛି ଶିକାର
ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଅସୁରକ୍ଷିତ ବନ୍ୟଜନ୍ତୁ। ଖୁଲୁମ ଖୁଲା ଜଙ୍ଗଲ ଭିତରେ ଚାଲିଛି ବନ୍ୟଜନ୍ତୁ ଶିକାର। ବିଦ୍ୟୁତ ତାର ଲଗାଇ ବାରାହାଙ୍କ ଶିକାର କରୁଥିବା ବେଳେ ବାରାହା ଫାସରେ ପଡି କେତେବେଳେ ହାତୀ/ବାଘଙ୍କ ମୃତ୍ୟୁ ହେଉଛି ତ ଆଉ କେତେବେଳେ ମଣିଷର ଜୀବନ ଚାଲିଯାଉଛି ।
ସୁବର୍ଣ୍ଣପୁର: ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଅସୁରକ୍ଷିତ ବନ୍ୟଜନ୍ତୁ। ଖୁଲୁମ ଖୁଲା ଜଙ୍ଗଲ ଭିତରେ ଚାଲିଛି ବନ୍ୟଜନ୍ତୁ ଶିକାର। ବିଦ୍ୟୁତ ତାର ଲଗାଇ ବାରାହାଙ୍କ ଶିକାର କରୁଥିବା ବେଳେ ବାରାହା ଫାସରେ ପଡି କେତେବେଳେ ହାତୀ/ବାଘଙ୍କ ମୃତ୍ୟୁ ହେଉଛି ତ ଆଉ କେତେବେଳେ ମଣିଷର ଜୀବନ ଚାଲିଯାଉଛି । ଅବାଧରେ ଗଛକଟା ଚାଲିଥିବାରୁ ଖାଦ୍ୟ ଅଣ୍ୱେଷଣରେ ଜଙ୍ଗଲୀ ଜୀବଜନ୍ତୁ ଗାଁ ମୁହାଁ ହେଉଛନ୍ତି। ଏହାରି ସୁଯୋଗ ନେଇ ଚୋରା ବିଦ୍ୟୁତ୍ ତାର ବିଛାଇ ଶିକାରୀମାନେ ଶିକାର କରୁଥିବା ବେଳେ ବନ ସୁରକ୍ଷାକର୍ମଚାରୀ ଜାଣି ଶୁଣି ଚୁପ ରହୁଛନ୍ତି। ଅବାଧରେ ଜିଲ୍ଲାର ବିଭିନ୍ନ ଜଙ୍ଗରେ ବିଦ୍ୟୁତ ସଂଯୋଗ କରି ଫାସ ବସାଯାଉଥିବାରୁ ବିଭିନ୍ନ ସମୟରେ ଅବାଧରେ ଚାଲିଯାଉଛି ଅନେକ ନିରିହ ବନ୍ୟ ଜନ୍ତୁଙ୍କ ଜୀବନ। ଏସବୁ କାର୍ଯ୍ୟକଳାପକୁ ତ୍ଵରିତ ବନ୍ଦ କରିାବ ସହିତ ଜଙ୍ଗଲ ସୃଷ୍ଟି /ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ଵ ଦେବାକୁ ସାଧାରଣରେ ଦାବି ହେଉଛି।
ଖାଲି ସେତିକି ନୁହେଁ, ଅବାଧରେ ଜଙ୍ଗଲ ମାନଙ୍କରେ ବିଦ୍ୟୁତ ତାର ବିଛାଇ ଜଙ୍ଗଲି ଜନ୍ତୁ ଶିକାର କରୁଥିବା ବେଳେ ବାରାହା ଫାସରେ ପଡି ଆଠ ବର୍ଷରେ ମଳେଣି ଦଶଟି ହାତୀ ଏବଂ ଗୋଟିଏ କଲରା ପତରିଆ ବାଘ । ଗତ ୨୧.୧୧.୨୦୧୫ ତାରିଖରେ ଟିଠିପାଲି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ଆଘାତରେ ୨ଟି ମାଇ ହାତୀର ମୃତ୍ୟୁ ହୋଇଥିବା ବେଳେ ୧୯.୧୧.୨୦୧୯ରେ ଉଲୁଣ୍ଡା ବନାଚଂଳ ସାରସ ଦାଦର ଜଙ୍ଗଲରେ ବାରାହା ଫାସରେ ପଡି ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଦୃବୃତମାନେ ଦନ୍ତାର ଦାନ୍ତ କାଟି ନେବାରେ ମଧ୍ୟ ସକ୍ଷମ ହୋଇଥିଲେ।
ସେହିପରି ୦୭.୧୨.୨୦୧୯ରେ ବାଘପାଲି ମହାନଦୀ ଘାଟରେ ଏକ ଛୁଆହାତୀର ମୃତ୍ୟୁ ହୋଇଥିବା ବେଳେ ୧୧.୧୨.୨୦୧୯ରେ ବାର ପାହାଡ ପାଦ ଦେଶରେ ଥିବା ଡୁମେରଖୋଲରେ ଏକ ଦନ୍ତା ହାତୀର ମୃତ୍ୟୁ, ୦୪.୧୨.୨୦୨୧ରେ ବସଲାଟରେ ଏକ ମାଇ ହାତୀର ମୃତ୍ୟୁ,୨୩.୦୩.୨୦୨୨ରେ ସୋନପୁର ବନାଚଂଳ ବାଜିଖୋଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା।
ଠିକ ସେହିପରି ୧୧.୦୪.୨୦୨୩ରେ ବିନିକା ରେଞ୍ଜ ଅଧିନସ୍ଥ ମହଦା ଜଙ୍ଗରେ ବିଦ୍ୟୁତ ଫାସରେ ଏକ ଦନ୍ତାର ଜୀବନ ଯାଇଥିଲା । କେବଳ ସେତିକି ନୁହେଁ ୧୩.୦୯.୨୦୨୨ଉଲୁଣ୍ଡା ରେଞ୍ଜ ସିହାସନ ଜଙ୍ଗଲ ପାଦ ଦେଶରେ ଏକ କଲରା ପତରିଆ ବାଘ କୁ ବାରାହା ଫାସରେ ଶିକାର କରି ତାର ଦାନ୍ତ,ନଖ,ଓ ନିଶକୁ କାଟି ନେଇଥିଲେ ଦୃବୃତ। ଜିଲ୍ଲାରେ ବାରମ୍ୱାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ବନ ବିଭାଗର ନିସ୍କ୍ରିୟତା ଯୋଗୁ କାର୍ଯ୍ୟରତ ବନ କର୍ମଚାରୀଙ୍କ ତପତରା ପ୍ରକାଶ ପାଉ ନଥିବା ଅଭିଯୋଗ ହୋଇଛି।
ଜିଲ୍ଲାରେ ରହିଛି ଚାରୋଟି ରେଞ୍ଜ । ସୋନପୁର,ବୀରମହାରାଜପୁର,ଉଲୁଣ୍ଡା,ବିନିକା ରେଞ୍ଜର ସୂଚନା ମୁତାବକ ୨୦୧୫ ରୁ ୨୦୨୩ ମସିହା ଭିତରେ ଜଙ୍ଗଲ ଭିତରେ ଅବାଧରେ ବିଦ୍ୟୁତ ତାର ଲଗାଇ ବନ୍ୟ ଜନ୍ତୁ ଶିକାରରେ ୧୦ଟି ହାତୀଙ୍କର ମୃତୁ୍ୟ ହୋଇଥିବା ବେଳେ , ଗୋଟିଏ କଲରା ପତରିଆ ବାଘ,୬ଜଣ ମଣିଷ ,ଶହ ଶହ ବାରାହା,ହରିଣ ,କୁଟୁରା ଙ୍କ ଜୀବନ ଯାଇଛି। ବନ୍ୟ ଜନ୍ତୁଙ୍କର ସୁରକ୍ଷା ପାଇଁ /ନୂତନ ଜଙ୍ଗଲ ସୃଷ୍ଟି କରିବା ନାଁରେ ଶତାଧିକ ବନ କର୍ମଚାରୀ ମୁତୟନ କରାଯାଉଥିବା ବେଳେ ହାତୀମାନଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ରଭାବେ ଏଲିଫେନଟ ସ୍ୱାର୍ଡ ନିୟୋଜିତ କରାଯାଉଛି। ତଥାପି ଫଳ ଶୂନ।
ଦିନକୁ ଦିନ ଜଙ୍ଗଲ କମୁଥିବା ବେଳେ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ଜଙ୍ଗଲି ଜୀବ ଜନ୍ତୁ। ଏହାର ଫାଇଦା ଉଠାଉଛନ୍ତି ଶୀକାରୀ ା ଅବାଧରେ ବନ୍ୟଜନ୍ତୁ ଶୀକାର କରି ମାଲେମାଲ ହେଉଛନ୍ତି ଅସାଧୂ କର୍ମଚାରୀ ଓ ବ୍ୟବସାୟୀ।ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ବନ ବିଭାଗର ଅପାରଗତା ଯୋଗୁଁ ଜିଲ୍ଲାରେ ବନ୍ୟ ଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି।