ପାସୱାର୍ଡ ସେୟାରିଂ ବନ୍ଦ କରିବା ପରେ ନେଟଫ୍ଲିକ୍ସ ବଢ଼ାଇବ ସବସ୍କ୍ରିପସନ୍‌ ଦାମ୍‌ , ଜାଣନ୍ତୁ ଲାଟେଷ୍ଟ ଅପଡେଟ୍‌

କମ୍ପାନୀ ପାସୱାର୍ଡ ସେୟାରିଂ ବନ୍ଦ କରିବା ପରେ ତୃତୀୟ କ୍ୱାର୍ଟରରେ ନେଟଫ୍ଲିକ୍ସର ୬ ମିଲିୟନ୍ ସବସ୍କାଇବର୍ସ ବଢ଼ିଛି । କିନ୍ତୁ ଏହି ଗ୍ରାଫ୍ ଏବେବି କମ୍ ରହିଛି, କାରଣ ପାସୱାର୍ଡ ସେୟାର କରି ନେଟଫ୍ଲିକ୍ସ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୧୦୦ ମିଲିୟନ୍‌ ଥିଲା ।

OTT କମ୍ପାନୀ ନେଟଫ୍ଲିକ୍ସ ଶୀଘ୍ର ସବସ୍କ୍ରିପସନ୍‌ ଦାମ୍‌ ବଢ଼ାଇବ ବୋଲି ଆଶଙ୍କା କରାଯାଉଛି । ରାଏଟର୍ସ ରିପୋର୍ଟ ଅନୁଯାୟୀ, ବୁଧବାର ହେବାକୁ ଥିବା ମିଟିଙ୍ଗରେ କମ୍ପାନୀ ନୂଆ ମୂଲ୍ୟ ଘୋଷଣା କରିପାରେ । କମ୍ପାନୀ ପାସୱାର୍ଡ ସେୟାରିଂ ବନ୍ଦ କରିବା ପରେ ତୃତୀୟ କ୍ୱାର୍ଟରରେ ନେଟଫ୍ଲିକ୍ସର ୬ ମିଲିୟନ୍ ସବସ୍କାଇବର୍ସ ବଢ଼ିଛି । କିନ୍ତୁ ଏହି ଗ୍ରାଫ୍ ଏବେବି କମ୍ ରହିଛି, କାରଣ ପାସୱାର୍ଡ ସେୟାର କରି ନେଟଫ୍ଲିକ୍ସ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୧୦୦ ମିଲିୟନ୍‌ ଥିଲା । କମ୍ପାନୀ ସମସ୍ତ ଗ୍ରାହକଙ୍କୁ ଶୀଘ୍ର ଫେରାଇ ଆଣିବ ବୋଲି ଆଶା କରୁଛି ।

ରାଏଟର୍ସ ରିପୋର୍ଟ ଅନୁଯାୟୀ, ବର୍ନଷ୍ଟିନର ବିଶ୍ଲେଷକ କହିଛନ୍ତି ନେଟଫ୍ଲିକ୍ସ ବର୍ତ୍ତମାନ ଲୋକମାନଙ୍କ ପାଇଁ ଏକ ବଡ଼ ଆବଶ୍ୟକତା ହୋଇଯାଇଛି ଏବଂ ଲୋକମାନେ ଏହାକୁ ଗ୍ଲୋବାଲ ମାର୍କେଟରେ ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ ଏହାକୁ କିପରି ଡେଭଲପ୍‌ କରିବ ସେଥିପାଇଁ କମ୍ପାନୀର ଚିନ୍ତା ବଢ଼ିିଛି । ଅକ୍ଟୋବର ଆରମ୍ଭରେ ଏକ ରିପୋର୍ଟ ଆସିଥିଲା ଯେଉଁଥିରେ କୁହାଯାଇଥିଲା ଯେ ହଲିଉଡ ଅଭିନେତାମାନଙ୍କ ଅନଶନ ଶେଷ ହେବା ପରେ କମ୍ପାନୀ ଏହାର ମୂଲ୍ୟ ବଢ଼ାଇ ପାରେ ।

ଗତ ବର୍ଷ ନେଟଫ୍ଲିକ୍ସ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ଆଡ୍‌ ସପୋର୍ଟେଡ ସବସ୍କ୍ରିପସନ୍‌ ପ୍ଲାନ ଆରମ୍ଭ କରିଥିଲା । ଏହାର ମୂଲ୍ୟ ମାସକୁ ୬,୯୯ ଡଲାର ଥିଲା। ବର୍ତ୍ତମାନ ବିଶ୍ଳେଷକମାନେ କହିଛନ୍ତି ଯେ କମ୍ପାନୀ ଖୁବ ଶୀଘ୍ର ଆଡସ୍‌ ଫ୍ରିର ମୂଲ୍ୟ ବଢ଼ାଇପାରେ ଯାହା ଦ୍ୱାରା ଅଧିକ ଲୋକ ବେସ୍‌ ପ୍ଲାନକୁ ସ୍ୱିଚ୍‌ କରିପାରନ୍ତି । ଏହା କେବଳ କମ୍ପାନୀର ୟୁଜର୍ ବେସ୍ ବୃଦ୍ଧି କରିବ ତାହା ନୁହେଁ ବରଂ ଆଡସ୍‌ ପାଇଁ ରେଭେନ୍ୟୁ ମଧ୍ୟ ଭଲ ରହିବ । କିନ୍ତୁ ପାସୱାର୍ଡ ସେୟାରିଂ ଶେଷ କରିବା ପରେ, ଅଧିକ ଲୋକ କମ୍ପାନୀର ଆଡସ୍‌ ଫ୍ରି ପ୍ଲାନକୁ ସ୍ୱିଚ୍‌ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.