ଡିଜେଲ ଦର କମିବା ପରେ କମ୍ ହେବ କି ବସ୍‌ ଭଡ଼ା? ଯାତ୍ରୀଙ୍କୁ କେତେ ମିଳିବ ଆଶ୍ୱସ୍ତି, ତା’ ଉପରେ ନଜର

ଭୁବନେଶ୍ବର(କେନ୍ଯୁଜ୍): କମିବ କି ବସ୍‌ ଭଡ଼ା। କେନ୍ଦ୍ର ସରକାର ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ଏପଟେ ରାଜ୍ୟ ସରକାର ୩ଟଙ୍କା ଭ୍ୟାଟ ଛାଡ କରିଛନ୍ତି। ଡିଜେଲ ଦର କମିବା ପରେ ବସ୍‌ ଭଡ଼ା କମିବ କି ନାହିଁ ତା’ ଉପରେ ସମସ୍ତଙ୍କ ନଜର ରହିଛି। ବିଗତ ୧୭ଦିନ ତଳେ ବଢିଥିଲା ବସ୍‌ ଭଡ଼ା।

ତେବେ ବସ୍‌ ମାଲିକ ସଂଘ ପକ୍ଷରୁ ବସ୍‌ ଭଡ଼ା କମିବ ବୋଲି ବସ୍‌ ମାଲିକ ସଂଘ ସୂଚନା ଦେଇଛି। ଅର୍ଡିନାରୀ, ଏକ୍ସପ୍ରେସ, ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ର ଭଡ଼ା କମିବ। ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି ସଂଘ। ମାତ୍ର କେତେ ଟଙ୍କା ବସ୍‌ ଭଡ଼ା କମିବ, ଯାତ୍ରୀଙ୍କୁ କେତେ ଆଶ୍ୱସ୍ତି ମିଳିବ ତା’ ଉପରେ ରହିଛି ନଜର।

ସୂଚନା ଥାଉକି, ତୈଳ ଦର ବୃଦ୍ଧି ପରେ ପରେ ବଢ଼ିଥିଲା ବସ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପ୍ରତି ୪ ପଇସା ବୃଦ୍ଧି ହୋଇଥିଲା । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା ୮ ପଇସା ଲେଖାଏ ବଢ଼ିଥିଲା । ସୁପର ପ୍ରିମିୟମ୍‌ ବସ୍‌ ଭଡ଼ା କିଲୋମିଟର ପ୍ରତି ବଢ଼ିଛି ୧୨ ପଇସା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.