ରାଜ୍ୟରେ କମିବ କି ସ୍କୁଲ ଫି? ଆଜି ହାଇକୋର୍ଟରେ ଶୁଣାଣି

ଭୁବନେଶ୍ବର: ରାଜ୍ୟରେ କମିବ କି ସ୍କୁଲ ଫି। ଏନେଇ ହାଇକୋର୍ଟରେ ଆଜି ଶୁଣାଣି ହେବ। ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠର ସମସ୍ତ ପକ୍ଷ ପ୍ରତିଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସରକାର ପ୍ରତ୍ୟୁତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହି ପ୍ରସଙ୍ଗରେ ମଧ୍ୟବର୍ତ୍ତୀକାଳିନ ନିର୍ଦ୍ଦେଶନାମା ବଳବତ୍ତର ରହିବ । ଅର୍ଥାତ ସ୍କୁଲ ଫି ନ ଦେଇଥିଲେ ମଧ୍ୟ କୌଣସି ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଲାସରୁ ବାରଣ କରି ପାରିବେ ନାହିଁ ସ୍କୁଲ କର୍ତ୍ତୃପକ୍ଷ । ରାଜ୍ୟ ସରକାର କରିଥିବା ଏମଓୟୁ ଅନୁଯାୟୀ ଅଦାଲତ ନିଷ୍ପତ୍ତି ନେବାକୁ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି ।

ରାଜ୍ୟରେ ସ୍କୁଲ ଫି ପରିଚାଳନା ପାଇଁ କୌଣସି ଆଇନ ନଥିବା ପୂର୍ବରୁ ଅଦାଲତରେ ସ୍ପଷ୍ଟ କରିଥିଲେ ରାଜ୍ୟ ସରକାର । ଗତ ସେପ୍ଟେମ୍ବର ୧୦ ତାରିଖରେ ଏ ସଂକ୍ରାନ୍ତରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ଓ ଫି ହ୍ରାସ ସେହି ଏମଓୟୁ ଅନୁଯାୟୀ ନିଷ୍ପତ୍ତି ନେବାକୁ ମତ ଦୋହରାଇଥିଲେ ସରକାର । ଓଡ଼ିଶା ଅଭିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକରେ ସ୍କୁଲ ଫି ହ୍ରାସ କରିବାକୁ ଦାବି ରଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.