ରାଜ୍ୟକୁ ପୁଣି ଫେରିଛି ଶୀତ, ଦୁଇ ଦିନ ହେବ ସାମାନ୍ୟ ହ୍ରାସ ପାଇଛି ରାତି ତାପମାତ୍ରା

କିଛି ଦିନରେ ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ । ଗତ ଦୁଇ ଦିନ ହେବ ରାତି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଫଳରେ ରାଜ୍ୟରେ ଅନୁଭୂତ ହେଉଛି ଥଣ୍ଡା । ଉପକୂଳ ଓଡ଼ିଶାରେ ତାପମାତ୍ରାରେ ପରିବର୍ତ୍ତନ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): କିଛି ଦିନରେ ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ । ଗତ ଦୁଇ ଦିନ ହେବ ରାତି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଫଳରେ ରାଜ୍ୟରେ ଅନୁଭୂତ ହେଉଛି ଥଣ୍ଡା । ଉପକୂଳ ଓଡ଼ିଶାରେ ତାପମାତ୍ରାରେ ପରିବର୍ତ୍ତନ ହୋଇଛି । ଆଗାମୀ ଦୁଇ ତିନି ଯାଏ ପାରଦ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇପାରେ । ଗତ ସପ୍ତାହରେ ରାଜ୍ୟରେ ବଢ଼ିଥିଲା ରାତିର ତାପମାତ୍ରା । ଦିନ ସମୟରେ ବାୟୁମଣ୍ଡଳ ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରବାହିତ ହେଉଥିଲା । ଫଳରେ ରାତିର ତାପମାତ୍ର ଅଧିକ ରହୁଥିଲା । ଅନ୍ୟପଟେ ଆଜି ଓ ଆସନ୍ତାକାଲି ଉତ୍ତର, ଦକ୍ଷିଣ ଅଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.