ବିଶ୍ବକପ ବିଗ ଫାଇଟ: ଅଣ୍ଡର ୧୯ କ୍ରିକେଟ ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ଆଜି ସୁପର ସନଡେରେ ବିଗ୍ ଫାଇଟ୍ । ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲ୍ ଲଢ଼େଇ । ଟାଇଟଲ ପାଇଁ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ ଭାରତ-ଅଷ୍ଟ୍ରେଲିଆ । । ଭାରତ ନବମ ଥର ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଛି । ଏଥର ଟିମ୍ ଇଣ୍ଡିଆ ପଲ୍ଲା ଭାରୀ ରହିଛି ।

ଆଜି ସୁପର ସନଡେରେ ବିଗ୍ ଫାଇଟ୍ । ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲ୍ ଲଢ଼େଇ । ଟାଇଟଲ ପାଇଁ ମୁହାଁମୁହିଁ ହେବେ ଗତଥରର ଚାମ୍ପିଅନ ଭାରତ-ଅଷ୍ଟ୍ରେଲିଆ । ଷଷ୍ଠ ଥର ବିଶ୍ବବିଜେତା ଲକ୍ଷ୍ୟରେ ରଣନୀତି କରିଛି ମେନ୍ ଇନ୍ ବ୍ଲୁ । ଭାରତ ନବମ ଥର ବିଶ୍ବକପ୍ ଫାଇନାଲରେ ପ୍ରବେଶ କରିଛି । ଏଥର ଟିମ୍ ଇଣ୍ଡିଆ ପଲ୍ଲା ଭାରୀ ରହିଛି । ଚଳିତ ୱାର୍ଲଡ କପ ମୁକାବିଲାରେ ଅପରାଜେୟ ରହିଛି । ସେମିଫାଇନାଲରେ ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା ।

୨୦୧୬ ପରଠୁ କ୍ରମାଗତ ଭାବେ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ପ୍ରଦର୍ଶନ ଆଧାରରେ ଭାରତ ପାଖରେ ଚାମ୍ପିଅନ ହେବାର ସୁଯୋଗ ରହିଛି । କ୍ୟାପଟେନ୍ ଉଦୟ ସାହାରନ, ମୁସିର ଖାନ, ସଚିନ ଧାସ, ସୋମି ପାଣ୍ଡେ, ନମନ ତିୱାରୀ ଭଲ ଫର୍ମରେ ଅଛନ୍ତି । ତେଣୁ ଅଷ୍ଟ୍ରେଲିଆକୁ କଡ଼ା ମୁକାବିଲାର ସାମନା କରିବାକୁ ପଡ଼ିବ । ଜିତିବା ଏତେ ସହଜ ହେବନି । ଭାରତ ୨୦୦୦, ୨୦୦୮, ୨୦୧୨, ୨୦୧୮, ୨୦୨୨ ୱାର୍ଲଡ କପ୍ ଚାମ୍ପିଅନ୍ ହୋଇଥିଲା । ଅନ୍ୟପଟେ ଏଯାଏ ବିଶ୍ବକପ ପାଇନାଲରେ ଭାରତକୁ ପରାସ୍ତ କରିପାରିନି ଅଷ୍ଟ୍ରେଲିଆ । ଚତୁର୍ଥ ଥର ଚାମ୍ପିଅନ୍ ହେବାକୁ ଯୋଜନା ରଖିଛି । ଶେଷ ଥର ୨୦୧୯ରେ ଚାମ୍ପିଅନ୍ ହୋଇଥିଲା ମେନ୍ ଇନ୍ ୟେଲୋ । ଏଥର ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଫାଇନାଲ୍ ଟିକେଟ ହାତେଇଛି ।

Leave A Reply

Your email address will not be published.