ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ: ଶୋଇଥିବାବେଳେ ଶାବଳରେ ପଡୋଶୀଙ୍କ ଆକ୍ରମଣ

ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବନ୍ତପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ହରନାବେବି ଗାଁର ମଣିଚରଣ ସାହୁ ।

ପଟ୍ଟାମୁଣ୍ଡାଇ (କେନ୍ୟୁଜ): ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବନ୍ତପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ହରନାବେବି ଗାଁର ମଣିଚରଣ ସାହୁ ।

ଅଭିଯୋଗ ଅନୁଯାୟୀ, ୫୫ ବର୍ଷୀୟ ବୃଦ୍ଧ ମଣିଚରଣ ରାତିରେ ଶୋଇଥିବାବେଳେ ପଡୋଶୀ ଘର କବାଟ ଭାଙ୍ଗି ଅଜୁ ମହାରଣା ଓ ତାଙ୍କର ଦୁଇ ପୁଅ ଶାବଳରେ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ମଣିଚରଣ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ମେଡିକାଲକୁ ନେଇଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରଥିଲେ। ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏତଲା ପରେ ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ। ଏଭଳି ଘଟଣା ସାରା ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.